Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||

ବେଙ୍ଗାଲୁରୁ ଦଙ୍ଗା: ୫ଜଣ କରିଥିଲେ ୩୦୦ ଲୋକଙ୍କ ଗ୍ୟାଙ୍ଗ, ସବୁ ପୋଲିସବାଲାଙ୍କୁ ମାରିବାକୁ ଥିଲା ଯୋଜନା

13/08/2020 at 3:30 PM

ବେଙ୍ଗାଲୁରୁ ୧୩।୮: ମଙ୍ଗଳବାର ହୋଇଥିବା ବେଙ୍ଗାଲୁରୁ ହିଂସାର ସବୁଠୁ ବଡ ରହସ୍ୟର ପର୍ଦ୍ଦାଫାସ ହୋଇଛି। ଦଙ୍ଗାକାରୀମାନେ ସହରର ସବୁ ଥାନାର କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ମାରିବା ଲାଗି ଯୋଜନା କରିଥିଲେ। ଏଥିଲାଗି ସେମାନେ ଗରିଲା ଯୁଦ୍ଧକୌଶଳ ମଧ୍ୟ ଆପଣେଇଥିଲେ। ତେବେ ଦଙ୍ଗାର ସବୁଠାରୁ ଯାହା ବଡ କଥା ତାହା  ହେଉଛି ମାତ୍ର ୫ଜଣ ଦଙ୍ଗାକାରୀ ୩୦୦ ଲୋକଙ୍କ ବିଶାଳ ଗ୍ୟାଙ୍ଗ ସୃଷ୍ଟି କରିଥିଲେ ହେଁ ପୋଲିସ ଗୁଇନ୍ଦାକୁ ଏହାର ସୂଚନା ମଧ୍ୟ ନଥିଲା।

ବେଙ୍ଗାଲୁରୁ ହିଂସାରେ ଯାହା କିଛିବି ହୋଇଥିଲା ପୁରୁଣା ପୋଲିସ କର୍ମଚାରୀଙ୍କ ଲାଗି ଯଦିଓ ନୁଆ ନୁହେଁ ହେଲେ ନୂଆ କରି ପୋଲିସରେ ଯୋଗଦେଇଥିବା ଜବାନଙ୍କ ଲାଗି ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଥିଲା। ହିଂସାକାଣ୍ଡ ବେଳେ ପୋଲିସ କର୍ମଚାରୀ ଆକ୍ରମଣକାରୀଙ୍କ ଟାର୍ଗେଟ୍‌ରେ ଥିଲେ। ଏଥିଲାଗି ଦଙ୍ଗାକାରୀମାନେ ପୂର୍ବରୁ ସୁ ପରିକଳ୍ପିତ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସେହି ଅନୁସାରେ ସହରରେ ଦଙ୍ଗା ବ୍ୟାପିଥିଲା ଓ ଦଙ୍ଗାକାରୀ ଗରିଲା ଯୁଦ୍ଧକୌଶଳ ଅବଲମ୍ବନ କରିଥିଲେ।

ମଙ୍ଗଳବାର ରାତିରେ ଦଙ୍ଗା ପୁଲକେଶୀ ନଗର ବିଧାୟକ ଆର.ଅଖଣ୍ଡା ଶ୍ରୀନିବାଶ ମୂର୍ତ୍ତିଙ୍କ ଘର ଆଗରେ ଉପୁଜିଥିଲା। ଯାହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ରାତି ୧୦ଟା ବେଳକୁ ପରିସ୍ଥିତି ଜଟିଳ ହେବାରେ ଲାଗିଲା ଯେତେବେଳେ ଦଙ୍ଗାକାରୀ କେଞ୍ଜି ହଲି ଓ ଡିଜେ ହଲି ଥାନାରେ ତାଲା ପକାଇ ଦେଲେ। ସହ କର୍ମୀଙ୍କୁ ସହାୟତା ଲାଗି ସହରର ଅନ୍ୟ ଅଞ୍ଚଳରୁ ଆସିଥିବା ପୋଲିସ କର୍ମଚାରୀଙ୍କୁ ଦଙ୍ଗାକାରୀଙ୍କ ଢେଲାପଥର ଓ ବୋତଲ ମାଡର ସାମ୍ନା କରିବାକୁ ପଡିଥିଲା।  

ଗୁରୁବାର ରାପିଡ ଆକ୍ସନ ଫୋର୍ସ ଡିଜେ ହଲି ଥାନା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଏହି ଅଞ୍ଚଳରେ ୧୫ ଅଗଷ୍ଟ ସକାଲ ୬ଟା ପର୍ଯ୍ୟନ୍ତ ପ୍ରଶାସନ ୧୪୪ ଧାରା ଜାରି କରିଛନ୍ତି। ଦଙ୍ଗା ମାମଲାର ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଯାହା ଏବେ ତଦନ୍ତକାରୀଙ୍କୁ ତାଜ୍ଜୁବ କରୁଛି।

   Related Posts