ମାତ୍ର ୨% ପ୍ରତିଶତ ଭାରତୀୟ ଭାବନ୍ତି Face ମାସ୍କ ଯୋଗେ ଟଳାଯାଇପାରିବ କୋରନା : ସର୍ଭେ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୧।୧୧: ଦେଶରେ କରୋନା ଭାଇରସ ମହାମାରୀ ଲାଗି ଏବେବି କୋଭିଡ ପ୍ରୋଟକଲ ପାଳନ ହେଉଛି। ତେବେ ସରକାରଙ୍କ ପ୍ରୋଟକଲକୁ ଲୋକେ ମାନୁଛନ୍ତି କି ଏ ନେଇ ‘ଲୋକାଲ ସର୍କଲ ‘ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାନ କରିଥିବା ସର୍ଭେକ୍ଷଣରୁ ଚମକାଇବା ଭଳି ଫଳାଫଳ ଆସିଛି। ମାତ୍ର ୨ ପ୍ରତିଶତ ଭାରତୀୟ ଭାବନ୍ତି ଫେସ୍ ମାସ୍କ ପିନ୍ଧି କରୋନାକୁ ଟଳାଯାଇପାରିବ। ଯାତ୍ରା ସମୟରେ ଲୋକେ ସାମାଜିକ ଦୂରତା ପାଳନ କରୁନଥିବା ୯୬ ପ୍ରତିଶତ ଲୋକେ ସ୍ୱୀକାର କରିଛନ୍ତି।

{"id":536856,"width":839,"height":479,"sizeSlug":"full","linkDestination":"none"}

ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଦେଶର ୩୬୬ ଜିଲ୍ଲାରେ ୨୦ ହଜାର ଲୋକଙ୍କୁ ଏହି ସର୍ଭେକ୍ଷଣରେ ସାମିଲ କରାଯାଇଥିଲା। ଏଥିରୁ ଭାରତରେ କୋଭିଡକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଜାଣିବା ଲାଗି ଉଦ୍ୟମ କରାଯାଇଥିବା ବେଳେ ଲୋକେ ସଂକ୍ରମଣକୁ ନେଇ ସେପରି ଚିନ୍ତିତ କି ଆତଙ୍କିତ ଥିବା ପରି ଜଣାପଡି ନାହିଁ। ତେବେ ଲୋକେ ବାହରକୁ ଯାତ୍ରା କାଳରେ ମାସ୍କ ପିନ୍ଧି ଯାଉଥିବା ୧୬ ପ୍ରତିଶତ ଲୋକେ କହିଛନ୍ତି। ଏହି ଅଧ୍ୟୟନରେ ମହିଳାଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏଥିରେ ୩୫ ପ୍ରତିଶତ ମହିଲା କୋଭିଡ ନେଇ ସେମାନଙ୍କ ବିଚାର ବ୍ୟକ୍ତ କରିଥିଲେ।

{"id":536857,"width":838,"height":629,"sizeSlug":"full","linkDestination":"none"}

ତେବେ କେବଳ ଯାତ୍ରା ସମୟରେ ନୁହେଁ ହାଟ ବଜାରରେ ମଧ୍ୟ କୋଭିଡ କଟକଣାକୁ ଲୋକେ ମାନୁ ନାହାନ୍ତି। ଦେଶରୁ ଏବେ କୋଭିଡ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି। ତେବେ ଉତ୍ସବ ଋତୁ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହୁଥିବାରୁ ସରକାର କୋଭିଡ ପ୍ରୋଟକଲକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ତେବେ କୌଣସି ଠାରେ କୋଭିଡ ନିୟମ କେହି ପାଳନ କରୁଥିବାର ଏବେ ମନେ ହେଉ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.