୧୦ ଦିନ ନୁହେଁ, ଏଥର ୨ ଦିନରେ ମଣ୍ଡପରୁ ମେଲାଣି ନେବେ ମା' : ୧୪୪ ଧାରା ହେବ ଜାରି

Published By : Prameya-News7 Bureau | November 13, 2020 IST

ଭଦ୍ରକ୧୩/୧୧:  ମାଆ କାଳୀଙ୍କ ପୂଜା ଓ ମେଳା ୧୦ ଦିନ ଧରି ଆୟୋଜିତ ହେଉଥିଲା। କିନ୍ତୁ ଏଥର କରୋନା ପାଇଁ ସବୁ ପ୍ରକାର ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି। ୧୦ ଦିନ ବଦଳରେ ମାତ୍ର ୨ ଦିନ ପରେ ମଣ୍ଡପରୁ ମେଲାଣି ନେବେ ମାଆ । ଏପଟେ କିନ୍ତୁ ମା ଭଦ୍ରକାଳୀଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଭଳି ସପ୍ତମାତୃକା ବେଶ ଓ ସପ୍ତସତୀ ମହାଯଜ୍ଞ ଅନୁଷ୍ଠିତ ହେବ। କିନ୍ତୁ ଭକ୍ତଙ୍କୁ ଦର୍ଶନ ମନା। ପୀଠ ନିକଟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।

ମା ସାତ ଦିନରେ ବେଦମାତା , ମହାକାଳୀ , ରାଜ ରାଜେଶ୍ଵରୀ , ସିଂହବାହିନୀ , ଜଗଦ୍ଧାତ୍ରୀ , ମହାସରସ୍ବତୀ ଓ ମହାଲକ୍ଷ୍ମୀଙ୍କ ବେଶ ଧାରଣ କରିବେ । କାରୋନା ପାଇଁ ମା ଭଦ୍ରକାଳୀଙ୍କ ପୀଠ ନିକଟ ରେ ୧୪୪ ଧାରା ଜାରୀ କରିଛି ପ୍ରଶାସନ। ପୂଜା କମିଟିର କର୍ମକର୍ତ୍ତା ଓ ସେବାୟତ ଏଥର କାରୋନା କଟକଣା ମାନି ମାଙ୍କ ପୀଠକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ମାଙ୍କୁ ଦର୍ଶନ କରିବା ସହ ମେଳାର ମଜା ନେବାକୁ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଆସନ୍ତି । କିନ୍ତୁ ଏଥର କାରୋନା ପାଇଁ ସାଜସଜ୍ଜା ଓ ତୋରଣ କାର୍ଯ୍ୟ ବନ୍ଦ ହୋଇଛି । ଚତୁପାର୍ଶ୍ବରେ ବନ୍ଦ କରି ମା ଙ୍କୁ ପୂଜା କରାଯିବ।ମୂର୍ତ୍ତି ୪ ଫୁଟରୁ ଅଧିକ ହେବ ନାହିଁ , ତା ସହ ମାତ୍ର ୭ ଜଣଙ୍କ ଉପସ୍ଥିତିରେ ପୂଜା ହେବ । ଏତେ କଟକଣା ପରେ ଖୁସି ନାହାନ୍ତି ଶ୍ରଦ୍ଧାଳୁ ଓ ପୂଜା କମିଟି । ମେଳା ଆୟୋଜନ ହେଉନଥିବାରୁ ମାତ୍ର ଦୁଇ ଦିନ ରେ ମା ଙ୍କୁ ମେଲାଣି ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.