ଭାରତରେ ମାତ୍ର ୧୭% ସଂକ୍ରମିତଙ୍କ ବୟସ ୬୦ ବର୍ଷରୁ ଅଧିକ, ଗମ୍ଭୀର ତଥ୍ୟ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ, ୦୫|୦୪:  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କେଉଁ କେଉଁ ବୟସର ବ୍ୟକ୍ତି ସବୁଠାରୁ ଅଧିକ ସଂକ୍ରମିତ ତାହାର ତଥ୍ୟ ରଖିଛି ।

ମନ୍ତ୍ରାଳୟର ତଥ୍ୟାନୁସାରେ, ସଂକ୍ରମିତଙ୍କ ମଧ୍ୟରୁ ଅର୍ଧାଧିକଙ୍କ ବୟସ ୪୦ ବର୍ଷରୁ କମ । ୪୨ ପ୍ରତିଶତ ସଂକ୍ରମିତଙ୍କ ବୟସ ହେଉଛି ୨୧ ରୁ ୪୦ । ସେହିପରି ୯ ପ୍ରତିଶତଙ୍କ ବୟସ ହେଉଛି ୨୦ରୁ କମ । ତେବେ ଦେଶରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସମସ୍ତଙ୍କ ବୟସ ୬୦ ବର୍ଷରୁ ଅଧିକ । ମୃତକମାନେ ବୃକକ, ହୃଦଜନିତ, ମଧୂମେହ, ଉଚ୍ଚ ରକ୍ତଚାପ ଆଦି ସମସ୍ୟା ଦେଇ ଗତି କରୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ ୦ରୁ ୬ ଓ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଭାଇରସ ଟାର୍ଗେଟ୍ କରିଥାଏ ।

{"id":249120,"width":746,"height":420,"sizeSlug":"large"}

ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି ଯେ, ୩୩ ପ୍ରତିଶତ ସଂକ୍ରମିତଙ୍କ ସଂଖ୍ୟା ୪୧ରୁ ୬୦ ବର୍ଷ ମଧ୍ୟରେ । ୧୭ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି । ଦେଶରେ ଏବେବି ୫୮ ସଂକ୍ରମିତଙ୍କ ସ୍ଥିତି ସଙ୍ଗୀନ ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ରୁ ଅଧିକ । କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କୁ ସମସ୍ତ ପରାମର୍ଶ ମାନିବାକୁ ଅପିଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.