Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆସନ୍ତାକାଲିଠୁ କଟକରେ ଅନଲାଇନରେ ବିକ୍ରି ହେବ ମଦ, କାଉଣ୍ଟର କର୍ମଚାରୀ କରିବେ ହୋମ ଡେଲିଭରୀ

24/05/2020 at 8:49 PM

କଟକ, ୨୪|୦୫:   ଆସନ୍ତାକାଲିଠୁ କଟକରେ ଅନଲାଇନରେ ବିକ୍ରି ହେବ ମଦ । ମଦର ହୋମ ଡେଲିଭରୀ ହେବ ।ଏନେଇ କଟକ ମଦ ବ୍ୟବସାୟୀ ସଙ୍ଘ ସୂଚନା ଦେଇଛି ।

ସୂଚନାନୁଯାୟୀ, ରାଜ୍ୟ ସରକାର ଶନିବାର ମଦର ହୋମ ଡେଲିଭରୀ ଓ ଅନଲାଇନ୍ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ତେବେ ଆଜି କୌଣସି ସ୍ଥାନରେ ଅନଲାଇନରେ ମଦ ବିକ୍ରି ହୋଇପାରି ନଥିଲା ।କାରଣ ବ୍ୟବସାୟୀମାନେ ବିଭିନ୍ନ ଦାବି ନେଇ ଅଡି ବସିଥିଲେ । ତେବେ ଆଲୋଚନା ପରେ କଟକ ମଦ ବ୍ୟବବସାୟୀ ସଙ୍ଘ ଅନଲାଇନ୍ ମଦ ବିକ୍ରି କରିବାକୁ ରାଜି ହୋଇଛି ।

ଗ୍ରାହକ ସକାଳ୭ରୁ ଦିନ ୧ଟା ଯାଏଁ ଅର୍ଡର କରିପାରିବେ ।ହ୍ୱାଟସଆପ୍, ମୋବାଇଲ ନମ୍ବର ଓ କଲ୍ ମାଧ୍ୟମରେ ଅର୍ଡର କରିହେବ । ମଦ କାଉଣ୍ଟରର କର୍ମଚାରୀ ହୋମ ଡେଲିଭରୀ କରିବେ ।ଦିନ ୧ଟୁର ସନ୍ଧ୍ୟା ୬ଟା ଯାଏଁ ଗ୍ରାହକଙ୍କୁ ମଦ ମିଳିବ ।ଜିଲ୍ଲା ଅବକାରୀ ଅଧୀକ୍ଷକ ଓ ମଦ ବ୍ୟବସାୟୀ ସଙ୍ଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।   

   Related Posts