Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭାରତ- ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍‌ ପାଇଁ ୫ରୁ ଅନଲାଇନ୍‌ରେ ମିଳିବ ଟିକେଟ୍, ଚଳିତବର୍ଷ ପେଟିଏମ୍‌କୁ ଦିଆଯାଇଛି ଦାୟିତ୍ବ

30/11/2019 at 5:25 PM

କଟକ ୩୦।୧୧: ବାରବାଟୀରେ ଗତ ବର୍ଷ ହୋଇଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ରେ ଅନଲାଇନ୍ ଟିକଟ୍ ବିକ୍ରିରେ ଜାଲିଆତି ଘଟଣା ଯୋଗୁଁ ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା ଓସିଏ ଓ ବାରବାଟୀ । ତେବେ ଚଳିତ ବର୍ଷ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆର ଅନଲାଇନ୍ ଟିକେଟ୍ ବିକ୍ରିରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ପାଇଁ କମିଶନରେଟ୍ ପୋଲିସ୍ ଓସିଏକୁ ପରାମର୍ଶ ଦେଇଛି । ସେପଟେ ଓସିଏ ସମ୍ପାଦକ କହିଛନ୍ତି ଯେ, ସେ ଏ ବାବଦରେ ଅବଗତ ଅଛନ୍ତି ଓ ଚଳିତ ବର୍ଷ ପେଟିଏମ୍ କୁ ଅନଲାଇନ୍ ଟିକଟ୍ ବିକ୍ରି ପାଇଁ ଦାୟିତ୍ବ ଦିଆଯାଇଛି ।

କଟକ ବାରବାଟୀରେ ୨୦୧୮ ଜାନୁୟାରୀରେ ଅନୁଷ୍ଠିତ ଭାରତ-ଶ୍ରୀଲଙ୍କା ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଅନଲାଇନ୍ ଟିକେଟ୍ ବିକ୍ରିରେ ବ୍ୟାପକ ଅନିୟମିତତା ହୋଇଥିଲା । ଭାରତ-ଶ୍ରୀଲଙ୍କା ମ୍ୟାଚ୍ ପାଇଁ ଗେଟ୍ ଟୁ ଦ ଗେମ୍ ନାମକ ଏକ ସଂସ୍ଥାକୁ ଅନଲାଇନ୍ ଟିକଟ୍ ବିକ୍ରି ଦାୟିତ୍ବ ଦିଆଯାଇଥିଲା । ମାତ୍ର ଗେଟ୍ ଟୁ ଦ ଗେମ୍ ର ବିନୟ କୁମାର ନାମକ ଜଣେ କର୍ମଚାରୀ ନିର୍ଦ୍ଧାରିତ ଟିକଟ୍ ସଂଖ୍ୟାଠାରୁ ୧୫ଶହ ଅଧିକ ଟିକଟ୍ ଛପାଇ ଅନଲାଇନ୍ ରେ ବିକ୍ରି କରିଦେଇଥିଲେ ।

ନକଲି ଟିକେଟ୍‌ରେ ସିଟ୍ ନମ୍ବର ଓ ଡିସିପିଙ୍କ ଦସ୍ତଖତ ନଥିବାରୁ ସୁରକ୍ଷା କର୍ମୀ ମାନେ ଏପରି ଟିକେଟ୍‌ଧାରୀଙ୍କୁ ଷ୍ଟାଡିୟମ ଭିତରକୁ ଛାଡି ନଥିଲେ । ଫଳରେ ଏହି ଜାଲ୍ ଟିକଟ୍ କିଣି କ୍ରିଡାପ୍ରେମୀ ହଟହଟା ହେବା ସହ ଖେଳ ଦେଖିବାର ସୁଯୋଗ ପାଇ ପାରିନଥିଲେ । ଚଳିତ ବର୍ଷ ଏଭଳି ଅପ୍ରିତିକର ପରିସ୍ଥିତି ଏଡାଇବାକୁ କମିଶନରେଟ୍ ପୋଲିସ୍ ଓସିଏକୁ ପରାମର୍ଶ ଦେଇଛି ।

ସେପଟେ ଓସିଏ ସମ୍ପାଦକ କହିଛନ୍ତି ଚଳିତ ବର୍ଷ ଏ ବାବଦରେ ସତର୍କତା ଅବଲମ୍ବନ କରାଯାଇଛି । ଚଳିତ ବର୍ଷ ପେଟିଏମ୍ ସଂସ୍ଥାକୁ ଅନଲାଇନ୍ ଟିକେଟ୍ ବିକ୍ରି ଦାୟିତ୍ବ ଦିଆଯାଇଛି । ତେଣୁ ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

ଆସନ୍ତା ଡିସେମ୍ବର ୨୨ ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆ ପାଇଁ ୫ ତାରିଖରୁ ଅନଲାଇନ୍ ରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଚଳିତ ବର୍ଷ ସାତ ନମ୍ବର ଗ୍ୟାଲେରୀକୁ ବନ୍ଦ କରି ରଖାଯାଇଥିବାରୁ ଅନଲାଇନ୍ ରେ ପୂର୍ବ ମ୍ୟାଚ୍ ତୁଳନାରେ କମ୍ ଟିକଟ୍ ବିକ୍ରି ହେବ ।

   Related Posts