ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ଲାଗି ଆଜିଠୁ ଅନ୍ଲାଇନରେ ବିକ୍ରି ହେବ ଟିକେଟ୍
20/11/2018 at 10:13 AM

ଭୁବନେଶ୍ବର ୨୦|୧୧: ହକି ବିଶ୍ବକପର ବହୁ ପ୍ରତୀକ୍ଷିତ ଉଦଘାଟନୀ ଉତ୍ସବ ଲାଗି ଟିକେଟ୍ ବିକ୍ରି ଆଜିଠୁ ଆରମ୍ଭ ହେବ। ଆଜି ଅପରାହ୍ନ ୧୨ରୁ କେବଳ ଅନ୍ ଲାଇନରେ ହିଁ ଏହି ଟିକେଟ ବିକ୍ରି କରାଯିବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ସହ, ୨୮ ତାରିଖରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏଆର ରହମାନ ସୋ ଲାଗି ମଧ୍ୟ ଏକାବେଳକେ ଟିକେଟ୍ ବିକ୍ରି ହେବ। ହକି ପ୍ରେମୀ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ଟିକେଟ୍ ଜେନିର ୱେବସାଇଟ୍ www.ticketgenie.in କୁ ଯାଇ ଟିକେଟ୍ କିଣି ପାରିବେ। ଅନଲାଇନରେ ବୁକ୍ କରିଥିବା ଟିକେଟର ପ୍ରିଣ୍ଟ୍ ସହିତ ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ସେମାନେ ୨୨ ତାରିଖ ଅପରାହ୍ନ ୩ଟାରୁ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ଖୋଲା ଯାଇଥିବା ସ୍ବତନ୍ତ୍ର କାଉଣ୍ଟରରୁ ଅସଲ ଟିକେଟ୍ ସଂଗ୍ରହ କରିପାରିବେ। ଏହା ସହ ଟିକେଟ୍ ବିକ୍ରି ଅଧିକାର ପାଇଥିବା ରାଜଧାନୀର ବଛା ବଛା ୧୮ ଟିକେଟ୍ କେନ୍ଦ୍ରରେ ମଧ୍ୟ ଦର୍ଶକମାନେ ନିଜ ନିଜ ଅନଲାଇନ୍ ଟିକେଟକୁ ରିଡେମ୍ପସନ୍ କରିପାରିବେ। କଟକ ଉତ୍ସବ ଲାଗି ମଧ୍ୟ ସେଠାରେ ଏକାଧିକ ରିଡେମ୍ପସନ୍ କାଉଣ୍ଟର ଖୋଲାଯିବ। କଳିଙ୍ଗ ଷ୍ଟାଡିୟମରେ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ସୁପରଷ୍ଟାର ଶାହାରୁଖ୍ ଖାନ୍ ମୁଖ୍ୟ ଆକର୍ଷଣ ହେବେ।