ମହାପ୍ରଭୁଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଅନଲାଇନରେ ବୁକ୍ ହେବ ଟିକେଟ୍; ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛି ନିଷ୍ପତ୍ତି

Published By : Prameya-News7 Bureau | November 26, 2018 IST

ପୁରୀ ୨୬/୧୧ : ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା । ମହାପ୍ରଭୁଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଅନଲାଇନରେ ଟିକେଟ୍ ବୁକ୍ କରିପାରିବେ ଭକ୍ତ । ଶ୍ରୀମନ୍ଦିରର ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରକୁ ଗୋଲ୍ଡ଼ ମନିଟାଇଜେସନ୍ ସ୍କିମରେ ରଖାଯାଇ ବାର୍ଷିକ ସୁଧ ଆଦାୟ କରାଯିବ । ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ନୋଟିସ ପାଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ । ଗଜପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏମିତି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ପ୍ରାୟ ୨ ବର୍ଷ ଧରି ବନ୍ଦ ଥିବା ବେଳେ ଏବେ ପୁଣି ଟିକେଟ୍ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନ୍ ଲାଇନରେ ଟିକେଟ୍ ବୁକ୍ କରିପାରିବେ ଭକ୍ତ୬୦ ପ୍ରତିଶତ ଟିକେଟ ଅନଲାଇନ୍ ଏବଂ ୩୫ ପ୍ରତିଶତ କାଉଣ୍ଟରରେ ବିକ୍ରି ହେବ । ବାକି ୫ ପ୍ରତିଶତ ଶ୍ରୀମନ୍ଦିର ପ୍ରଶାସନ ଧୀନରେ ରହିବ । ଖୁବ୍ ଶୀଘ୍ର ଟିକେଟ୍ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛି ଶ୍ରୀମନ୍ଦିର ପରିଚାଳନା କମିଟି । ଅନଲାଇନ୍ ଏବଂ କାଉଁଟରରୁ ଟିକେଟ୍ ନେଉଥିବା ଭକ୍ତମାନେ, ମହାପ୍ରଭୁଙ୍କ ଗୋପାଳବଲ୍ଲଭ, ଅବକାଶ, ମଧ୍ୟାହ୍ନ ଧୂପ ଏବଂ ଚନ୍ଦନ ଲାଗି ନୀତି ଦର୍ଶନ କରିପାରିବେ । ତେବେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତୁରନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଯେଉଁଥିରେ ପୁରୀ ଜିଲ୍ଲାପାଳ, ଏସପି ଏବଂ କେନ୍ଦ୍ରାଞ୍ଚଳ ଆଇଜି ସଦସ୍ୟ ଅଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଏଭଳି ନିଷ୍ପତ୍ତି ବାବଦରେକଣ ରହିଛି ସେବାୟତ ଏବଂ ଭକ୍ତଙ୍କ ପ୍ରତିକ୍ରିୟା ଆସନ୍ତୁ ଦେଖିବା । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ହେବାକୁ ଯାଉଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ବଳବତ୍ତର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.