Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଅନଲାଇନରେ ମଦ କିଣୁଛନ୍ତି କି ? ସାବଧାନ …ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ , ମାତିଛନ୍ତି ସାଇବର ଲୁଟେରା

25/05/2020 at 2:30 PM

ନିଆଳି ୨୫।୦୫: ଅନଲାଇନରେ ମଦ କିଣୁଛନ୍ତି କି ? ସାବଧାନ … ଖାଲି ହେଇ ଯାଇ ପାରେ ବ୍ୟାଙ୍କ ଆକାଉଣ୍ଟ । ମାତିଛନ୍ତି ସାଇବର ଲୁଟେରା । ଏମିତି ଏକ ଘଟଣା ଘଟିଛି । ଅନଲାଇନରେ ମଦ କିଣିବାକୁ ପ୍ରୟାସ କରି ହଟହଟା ହେଲେ ଯୁବକ | ମଦ ତ ମିଳିଲା ନି ବରଂ ଆକାଉଣ୍ଟ ରୁ ଚାଲିଗଲା ୩୬୦୦୦ ଟଙ୍କା !

ସୂଚନାଯୋଗ୍ୟ ଯେ, ନିଆଳି ଅଂଚଳର ବ୍ୟବସାୟୀ ରାଜେନ୍ଦ୍ର ସାହୁ ଅନଲାଇନରେ ମଦ କିଣିବାକୁ ମନ ବଳାଇଥିଲେ’ ।ଫେସବୁକରେ ସର୍ଚ୍ଚ କରି କାଦମ୍ବିନୀ ୱାଇନ ସପ , ଲକ୍ଷ୍ମୀସାଗର କଟକ ରୋଡ଼ ର ଜୁଡେ ଆନ୍ଥୋନି ଡିସୋଜାଙ୍କୁ ଦେଇଥିବା ମୋବାଇଲ ହାଟ୍ସଅପ\ରେ ଯୋଗାଯୋଗ କରି ଏକ ଭିନ୍ନ ବ୍ରାଣ୍ଡର ମଦ ଅର୍ଡର କରିଥିଲେ । ଏଥି ସହିତ ୯୫୦ ଟଙ୍କା ଡିସୋଜାଙ୍କ ଆକାଉଣ୍ଡ ଅଗ୍ରିମ ପେମେଣ୍ଟ କରିଥିଲେ ରାଜେନ୍ଦ୍ର | ପରେ ଏକ ବାର କୋଡ ଦେଇ ସ୍କାନ କରିବାକୁ ରାଜେନ୍ଦ୍ର କୁ କୁହାଯାଇଥିଲା । କହିବାନୁସାରେ ରାଜେନ୍ଦ୍ର ତାହା କରିବାରୁ ପର୍ଯ୍ୟାୟ କ୍ରମେ ୩୬୦୦୦ ଟଙ୍କା ରାଜେନ୍ଦ୍ରଙ୍କ ଆକାଉଣ୍ଟ ରୁ ଗୋଲ ହୋଇଯାଇଥିଲା’ । ମଦ ପିଇବା ନିଶାରେ ଏବେ ହଟହଟା ରାଜେନ୍ଦ୍ର ଟଙ୍କା ଫେରି ପାଇବା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ।

ରାଜ୍ୟରେ ମଦ କାରବାର ଅନ୍‌ଲାଇନ୍‌ରେ କରିବା ନେଇ ସରକାର ଅନୁମତି ଦେଇଛନ୍ତି । ଦୋକାନରୁ ଧାଡି କରି ମଦ ଆଣିବା ପରିବର୍ତ୍ତି ଅନ୍‌ଲାଇନ୍‌ ମାଧ୍ୟମରେ ଅର୍ଡର କରିବେ ବୋଲି ଦର୍ଶାଇଯାଇଥିଲା । କିନ୍ତୁ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ପାଇଁ ହଟହଟାରେ ପଡିଛନ୍ତି ଯୁବକ ।

   Related Posts