Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଅନଲାଇନ ସୁଟିଙ୍ଗ ଚାମ୍ପିଅନସିପରେ ସ୍ଵର୍ଣ ପଦକ ଜିତିଲେ ଯଶସ୍ବିନୀ ଦେଶୱାଲ

31/05/2020 at 4:36 PM

ନୂଆଦିଲ୍ଲୀ ୩୧/୦୫ : ଟୋକୟୋ ଅଲମ୍ପିକ କୋଟା ହାସଲ କରିଥିବା ଯଶସ୍ବିନୀ ଦେଶୱାଲ ଚତୁର୍ଥ ଅନଲାଇନ ଅନ୍ତରାଷ୍ଟ୍ରୀୟ ସୁଟିଙ୍ଗ ଚାମ୍ପିଅନସିପରେ ୧୦ ମିଟର ଏୟାର ପିସ୍ତଲରେ ସ୍ଵର୍ଣ ପଦକ ହାସଲ ଜିତିଛନ୍ତି | ଅଷ୍ଟ୍ରିଆର ମାର୍ଟିନ ଏସ ୧୦ ମିଟର ଏୟାର ରାଇଫଲରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି | ଏହା ପୂର୍ବରୁ ତୃତୀତ ଅନ୍ତରାଷ୍ଟ୍ରୀୟ ଅନଲାଇନ ସୁଟିଙ୍ଗ ଚାମ୍ପିଅନସିପରେ ୧୦ ମିଟର ଏୟାର ପିସ୍ତଲରେ ମଧ୍ୟ ଯଶସ୍ବିନୀ ଦେଶୱାଲ ପ୍ରଥମ ସ୍ଥାନ ହାସଲ କରିଥିଲେ | ସେ ୨୪୩.୮ ଅଙ୍କରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି |

୧୦ ମିଟର ଏୟାର ରାଇଫଲରେ ଯଶସ୍ବିନୀ ଦେଶୱାଲ ୨୪୩.୮ ସ୍କୋର କରିଥିବାବେଳେ ଆଶିଷ ଡବାସ ୨୪୩.୧ ସ୍କୋର କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି | ଅଂଶ ଭାନବାଲା ତୃତୀୟ ସ୍ଥାନରେ ହାସଲ କରିଛନ୍ତି | ୧୦ ମିଟର ଏୟାର ରାଇଫଲରେ ଭାରତର ରୁଦ୍ରାକ୍ଷ ପାଟିଲ ଦ୍ୱିତୀୟ ଓ ବିଷ୍ଣୁ ଶିବରାଜ ପାଣ୍ଡିୟାନ ତୃତୀୟ ସ୍ଥାନରେ ଅଛନ୍ତି |

ଏହା ପ୍ରଥମ ଭିରଚୁଆଲ ଚାମ୍ପିଅନସିପ | ଏହି ଚାମ୍ପିଅନସିପ ପାଇଁ ଇଲେକ୍ଟ୍ରୋନିକ ଟାର୍ଗେଟ ଓ ଇଣ୍ଟରନେଟ ସୁବିଧା ଥିବା ମୋବାଇଲ ଫୋନ ଥିବା ଅନିବାର୍ଯ୍ୟ | ଏହି ଚାମ୍ପିଅନସିପର ପ୍ରଥମ ପର୍ଯ୍ୟାୟରେ ମନୁ ଭାକର, ସଂଜୀବ ରାଜପୁତ ଏବଂ ଦିବ୍ୟାଂସ ସିଂହ ଭଳି ସୁଟର ଭାଗ ନେଇଥିଲେ |

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଗତ ଦୁଇ ମାସ ହେଲା ଦେଶରେ ଲକଡାଉନ ଜାରି ରଖିଛନ୍ତି | ବର୍ତ୍ତମାନ ଲକଡାଉନ କେବଳ କଣ୍ଟନମେଣ୍ଟ ଜୋନ ଯାଏଁ ସୀମିତ ରଖି ଲକଡାଉନ କୁ ଜୁନ ୩୦ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି |

   Related Posts