ଦିଲ୍ଲୀରେ ଅନଲାଇନ ସେକ୍ସ ରାକେଟ: ଉଦ୍ଧାର ହେବାପରେ ପୀଡ଼ିତା କହିଲେ ଏମିତି ଚାଲିଥିଲା ସବୁ

Published By : Prameya-News7 Bureau | August 23, 2019 IST

ନୂଆଦିଲ୍ଳୀ୨୩|୮: ଦିଲ୍ଳୀର ନନ୍ଦନଗରୀରେ ଚାଲୁଥିବା ଅନ୍‌ଲାଇନ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ମହିଳା ଆୟୋଗ।୧୫ ବର୍ଷିୟା ଜଣେ ନାବାଳିକା ଓ ୩୦ ବର୍ଷିୟା ଜଣେ ମହିଳାଙ୍କୁ ଦିଲ୍ଲୀ ମହିଳା ଆୟୋଗ ଉଦ୍ଧାର କରିଛି।ଅନଲାଇନ ସେକ୍ସ ରାକେଟର୍ ମାଷ୍ଟରମାଇଣ୍ଡ, ତାର ଭାଇ ଓ ପତ୍ନୀକୁ ପୋଲିସ ଗିରଫ କରିଛି।ଅନଲାଇନ ସେକ୍ସ ରାକେଟ ଉପରେ ପୋଲିସ ଚଢ଼ାଉକରି ମୋବାଇଲ ଫୋନ, ସିମ୍‌ କାର୍ଡ, ଆଧାର କାର୍ଡ, ମେମୋରି କାର୍ଡ ଓ ପାସପୋର୍ଟ ଆଦି ଜବତ କରିଛି।ପୀଡ଼ିତାଙ୍କ କହିବାନୁଯାୟୀ ପୋଲିସ ମାମଲା ରୁଜୁ କରିଛି।

ଦିଲ୍ଳୀ ମହିଳା ଆୟୋଗଙ୍କ କହିବା ମୁତାବକ, ନାରୀମାନଙ୍କ ପାଇଁ ଥିବା ହେଲପ ଲାଇନ ନମ୍ବରକୁ ଗତ ଅଗଷ୍ଟ ୧୪ ତାରିଖରେ ଜଣେ ମହିଳା ଫୋନ କରିଥିଲେ।ତାଙ୍କ ଝିଅ କୃଷ୍ଣନଗରୀରେ ହଜି ଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ହଜିଥିବା ଦିଲ୍ଲୀ ମହିଳା ଆୟୋଗ ଅଭିଯୋଗ ଆଧାରରେ ଝିଅଟିକୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଠିକ୍‌ ସେହି ସମୟରେ ହଜିଥିବା ଯୁବତୀଙ୍କ ଭଉଣୀ ପାଖରୁ ତାଙ୍କ ସାଙ୍ଗ ସଂପର୍କରେ ମହିଳା ଆୟୋଗଙ୍କୁ ସୂଚନା ମିଳିଥିଲା। ଦିଲ୍ଲୀ ମହିଳା ଆୟୋଗ ତାଙ୍କ ସାଙ୍ଗ ସହ ଯୋଗାଯୋଗ କରିଥିଲେ। ହଜିଥିବା ଯୁବତୀଙ୍କ ସାଙ୍ଗ  ଅନଲାଇନ ସେକ୍ସ ରାକେଟ ସଂପର୍କରେ ମହିଳା ଆୟୋଗଙ୍କୁ କହିଥିଲେ।

ସେଠାରେ ଥିବା ୧୫-୨୦ ଜଣ ଯୁବତୀଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟ  କରିବା ପାଇଁ ବାଧ୍ୟ କରାଯାଉଛି।ନନ୍ଦନଗରୀରେ ହେଉଥିବା ଅନଲାଇନ ସେକ୍ସ ରାକେଟ୍‌ରେ ସେ ମଧ୍ୟ ଫଶି ଯାଇଥିବା କଥା ମହିଳା ଆୟୋଗଙ୍କୁ କହିଥିଲେ। ଯୁବତୀଙ୍କ ସାଙ୍ଗ ପାଖରୁ ସବୁ କଥା ଶୁଣିବା ପରେ ପୋଲିସ ଓ ମହିଳା ଆୟୋଗ ମିଳିତ ଭା​ବେ ଅନଲାଇନ ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉକରି ହଜିଥିବା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିଲା। ଏଥିସହ ଜଣେ ନାବାଳିକା ଓ ଜଣେ ୩୦ ବର୍ଷିୟା ମହିଳାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଥିଲା।

ପୀଡିତା ଅନଲାଇନ ସେକ୍ସ ରାକେଟ ସଂପର୍କରେ କହିଥିଲେ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେକ୍ସ ରାକେଟ କାରବାର କରାଯାଉଛି। ରାତି ୧୦ରୁ ସକାଳ ୬ ଟା ପର୍ଯ୍ୟନ୍ତ ଅନଲାଇନ ସେକ୍ସ କାରବାର କରାଯାଉଛି।ଉଦ୍ଧାର ହୋଇଥିବା ଯୁବତୀ ଜଣକ କହିଥିଲେ, ଚାକିରି କରାଇଦେବ କହି ତାଙ୍କ ସାଙ୍ଗ ଯୁବତୀଙ୍କୁ ଫଶାଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.