କଲ୍ ଗାର୍ଲ ଠକିଦେଲା, ୧୦ ହଜାର ଟଙ୍କା ଧରି ଦଲାଲ ଛୁ, ପୋଲିସର ଦ୍ୱାରସ୍ଥ ହେଲେ ଯୁବକ

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ, ୧୪|୧୧:  ନୋଏଡାରେ ଅନଲାଇନ୍ କଲ୍ ଗାର୍ଲ ନାଁରେ ଜଣେ ୩୦ ବର୍ଷୀୟ ଯୁବକଙ୍କଠାରୁ ୧୦ ହଜାର ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି । ଠକାମୀର ଶିକାର ହୋଇଥିବା ଯୁବକ  ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଠକାମୀର ଶିକାର ହୋଇଥିବା ଏହି ଯୁବକ ଲକ୍ଷ୍ନୌର ସେକ୍ଟର ୩୯ରେ ରୁହନ୍ତି । ସେ ଗତ ନଭେମ୍ବର ୬ ତାରିଖରେ ଅନଲାଇନ୍ ସେକ୍ସ କାରବାର ନେଇ ଜଣେ ଯୁବକଙ୍କ ସହ ଅନଲାଇନରେ ସମ୍ପର୍କ କରିଥିଲେ । ଯୁବକଜଣଙ୍କ ପୋଲିସକୁ କହିଛନ୍ତି ଯେ, ୧୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା । ଏନେଇ ଠାକାମୀର ଶିକାର ଯୁବକଙ୍କୁ ଦିଲ୍ଲୀ ବଟାନିକାଲ ଗାର୍ଡେନ୍ ମେଟ୍ରୋ ଷ୍ଟେସନକୁ ଦଲାଲଜଣଙ୍କ ଡାକିଥିଲେ । ମେଟ୍ରୋ ଷ୍ଟେସନରେ ଏକ ଧଳା ରଙ୍ଗର ସ୍ୱିଫ୍ଟ କାରରେ ଦୁଇଜଣ ବ୍ୟକ୍ତି ଆସିଥିଲେ ।

ଏହି ଦୁଇ ବ୍ୟକ୍ତି ପୀଡିତ ଯୁବକଙ୍କଠାରୁ ୮୫୦୦ ଟଙ୍କା କ୍ୟାସ୍ ଓ ୧୫୦୦ ଟଙ୍କା ଅନଲାଇନରେ ନେଇଥିଲେ । ଏହି ଦୁଇ ବ୍ୟକ୍ତି ତାଙ୍କୁ ସେହି ସ୍ଥାନରେ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ଏହାସହ ଜଣେ ଯୁବତୀ ସେଠାକୁ ଆସିବେ ବୋଲି ମଧ୍ୟ କହି ଚାଲିଯାଇଥିଲେ ।

ଯୁବକଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ କେହି ଯୁବତୀ ଆସିନଥିଲେ । ଏହାପରେ ସେ ଟଙ୍କା ଦେଇଥିବା ଦୁଇ ବ୍ୟକ୍ତିଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ଅଫ୍ ଆସିଥିଲା । ଏହାପରେ ସେ ନୋଏଡା ସେକ୍ଟର ୩୯ରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଆଇପିସି ଧାରା ୪୦୬ରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.