ଅଗଷ୍ଟ ୩ରୁ ଆରମ୍ଭ ହେବ ଅନଲାଇନ ସାଟ୍ ଆଡମିସନ ପରୀକ୍ଷା

Published By : Prameya-News7 Bureau | August 02, 2020 IST

ଭୁବନେଶ୍ୱର, ୦୨|୦୮:  ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) । ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରିଚାଳନା କରାଯାଉଛି ।

ଦୁଇଟି ପର୍ଯ୍ୟାୟରେ ଏହି  ଅନଲାଇନ ପରୀକ୍ଷା କରା ଯାଉଛି। ପ୍ରଥମ ପର୍ଯ୍ୟାୟ  ପରୀକ୍ଷା ଅଗଷ୍ଟ ୩ ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆଯାଇଛି । ସୋଆରେ ନାମ ଲେଖାଇବା ନିମନ୍ତେ ଇଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ । ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ ରହି ଥିଲା। ମାତ୍ର ଏହାକୁ ଅଗଷ୍ଟ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଫାରମାସିଉଟିକାଲ ସାଇନସସ, ମ୍ୟାନେଜମେଣ୍ଟ, ନର୍ସିଂ, ଏଗ୍ରିକଲଚର, ଲ ଏବଂ ହୋଟେଲ ମ୍ୟାନେଜମେଣ୍ଟ ର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଆଡ଼ମିସନ ନିମନ୍ତେ ଏହି ପରୀକ୍ଷା ପରିଚାଳନା କରାଯାଉଛି । ସୋଆର ଆଡ଼ମିସନ ଅଧିକାରୀ ମେରିଟ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବେ ।

ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପ୍ରୋଗ୍ରାମରେ ଆଡ଼ମିସନ  ନିମନ୍ତେ ସାଟ ର ଫଳାଫଳ ଓ ଜେଇଇ ମେନ ର ସ୍କୋରକାର୍ଡ ଅନୁଧ୍ୟାନ କରାଯିବ । ମେଡିକାଲ ସାଇନସେସ ଓ ଡେଣ୍ଟାଲ ସାଇନସେସ ପ୍ରୋଗ୍ରାମରେ  ଆଡ଼ମିସନ  ନିମନ୍ତେ ନୀଟ ପରୀକ୍ଷାର ସ୍କୋର କାର୍ଡକୁ ଅନୁଧ୍ୟାନ କରାଯିବ ବୋଲି ସୋଆ ପକ୍ଷରୁ ସୂଚନା ଦିଆ ଯାଇଛି ।

ସୋଆ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ଷେତ୍ରରେ ଆଡ଼ମିସନ ନିମନ୍ତେ ଯଥାକ୍ରମେ ୧୫ ପ୍ରତିଶତ ଓ ୭.୫ ପ୍ରତିଶତ ସିଟ ସଂରକ୍ଷିତ ରଖାଯାଇଛି | ସେହିପରି ମହିଳାଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ରହିଥିବା ପ୍ରେସ ବିଜ୍ଞପ୍ତି ରେ ସୂଚନା  ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.