Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଅନ୍‌ଲାଇନ୍‌ ଦେହ ବ୍ୟବସାୟ ରାକେଟ୍‌ର ପର୍ଦ୍ଦାଫାଶ, ସ୍ୱମୀଙ୍କ ସହ ମିଶି ମହିଳା ଚଳାଇଥିଲେ ରାକେଟ୍‌

10/09/2019 at 7:17 PM

ପାଟନା – ବିହାରର ରାଜଧାନୀ ପାଟଣାରେ ଚାଲିଥିବା ଏକ ଅନ୍‌ଲାଇନ୍‌ ଦେହ ବ୍ୟବସାୟର ପର୍ଦ୍ଦାଫଶ ହୋଇଛି । ଏହାକୁ ଚଳାଉଥିବା ମାଷ୍ଟରମାଇଣ୍ଡରୁ ପୁଲିସ ଗିରଫ କରିଛି। ବିହାରର ପାଟଳୀପୁତ୍ର ଥାନାର ପୁଲିସ ମାଷ୍ଟରମାଇଣ୍ଡକୁ ଧରିବା ସହ କିପରି ଏହା ସଞ୍ଚାଳିତ ହେଉଥିଲା ତାହାର ସତ୍ୟ ଉନ୍ମୋଚନ କରିଛି ।

ନେହୁର ନଗରରେ ଥିବା ଗ୍ରାଣ୍ଡ ଆପାର୍ଟମେଣ୍ଟର ଡି ଫ୍ଲାଟ-୮ରେ ଏହି ରାକେଟ୍‌ ଚାଲିଥିଲା । ରାଣୀ ଥାପ୍ପା ନାମକ ମହିଳା ଏହି ରାକେଟ୍‌ ଚଳାଇଥିଲେ । ରାଣୀ ଥାପ୍ପା ସହ ତାଙ୍କର ପତି ସୁଜତି୍ କୁମାର, ଗ୍ରାହକ ସୁନୀଲ କୁମାରକୁ ପୁଲିସ ଗିରଫ କରିଛି ।ଏହା ସହ ତାଙ୍କ ଜାଲରେ ଫସିଯାଇଥିବା ଜଣେ ଯୁବତୀଙ୍କୁ ମୁକ୍ତ କରିଛି ।

ଏହି ଫ୍ଲାଟ କାହାର ଏବଂ ଏକ ଘରୋଇ ଫ୍ଲାଟରେ କିପରି ଏପରି ଅନୈତିକ କାର୍ଯ୍ୟ ଚାଲିଥିଲା ପୁଲିସ ତାହାର ତଦନ୍ତ କରୁଛି । ଏଠାକୁ ହାଇ ପ୍ରୋଫାଇଲ୍‌ ଲୋକ ଆସୁଥିଲେ । ଗୁଗୁଲରେ ସର୍ଚ୍ଚ ମାଧ୍ୟମରେ ସୁଜିତ୍‌ ଗ୍ରାହକଙ୍କୁ ଆଣୁଥିଲା । ସେ ଇଣ୍ଟରନେଟରେ ନିଜର ନମ୍ବର ଦେଇଥିଲା । ଗ୍ରାହକ ଅନଲାଇନ୍‌ ଟଙ୍କ ଜମା କରିବା ପରେ ଫ୍ଲାଟର ଠିକଣା ଦିଆଯାଉଥିଲା ।

ସେ ଜଣଙ୍କୁ ୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲା । ସୁଜିତ୍‌ପ ପତ୍ନୀ ରାଣୀ ଥାପ୍ପା ବସ୍‌ ଓ ଟ୍ରେନରେ ଯିବା ସମୟରେ ଯୁବତୀମାନଙ୍କ ସହ ବନ୍ଧୁତା କରୁଥିଲେ । ଏହାପରେ ଅଧିକ ରୋଜଗାରର ପ୍ରଲଭୋନ ଦେଖାଇ ଏହି କାମରେ ଲଗାଉଥିଲେ । ଅନେକ ଯୁବତୀଙ୍କୁ ମିଛ ଚାକିରିର ପ୍ରଲୋଭନ ଦେଖାଇ ଏହି କାମରେ ଲଗାଯାଉଥିବା ଜମାପଡିଛି ।
ଧରା ପଡିଥିବା ଅଭିଯୁକ୍ତ ମୋବାଇଲ୍‌ରୁ ଅନେକ ଗ୍ରାହକଙ୍କର ନମ୍ବର ମିଳିଛି । ହ୍ୱାଟସଆପ୍‌ରେ ବି ସେ ଏହି କାରବାର ଚଳାଥିଲା । ପ୍ରଥମେ ଫଟୋ ପଠାଇବା ପରେ ସେ ଦର ନିର୍ଣ୍ଣୟ କରୁଥିଲା । ସୁଜିତ ଅନେକ ଦିନରୁ ଏପରି କରୁଥିବା ପୁଲିସ ସନ୍ଦେହ କରୁଛି।

   Related Posts