Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ

24/09/2019 at 9:50 PM

ଭୁବନେଶ୍ୱର ୨୪।୦୯- ଏଣିକି  ବାଧ୍ୟତାମୂଳକ ହେବ  ଗାଡିର ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ ବାଧ୍ୟତାମୂଳକ । ଅକ୍ଟୋବର ୧ରୁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯିବାକୁ  ନିଷ୍ପତ୍ତି ନିଆଯାଇଛି । ସେପଟେ ବ୍ଳକ ଓ ସବ ଡିଭିଜନ ସ୍ତରରେ   ସ୍ୱତନ୍ତ କ୍ୟାମ୍ପ   କରି ଲୋକଙ୍କୁ  ପଲ୍ୟୁସନ  ସାର୍ଟିଫିକେଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଯୋଗାଇ ଦେବାକୁ କରିବାକୁ ରାଜ୍ୟ ପରିବହନ ବିଭାଗ ଯୋଜନା କରିଛି ।

ପଲ୍ୟୁସନ  ଟେଷ୍ଟିଙ୍ଗ ସେଣ୍ଟରରେ  ଗାଡିଚାଳକଙ୍କ ହଲ୍ଲାବୋଲ ।  ଗାଡିର ପଲ୍ୟୁସନ ଟେଷ୍ଟିଙ୍ଗ ପାଇଁ  ଦିର୍ୀ ସମୟ ଧରି ଧାଡିରେ ଛିଡା ହୋଇଛି ତ ଆଉ  କାହାର ବିଏସ ଷ୍ଟେଜ ୪ ଗାଡିର ଚେକିଙ୍ଗ ହୋଇ ପାରୁନି। । ଅକ୍ଟୋବର ୧ ତାରିଖରୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ।

ଭୁବନେଶ୍ବର ରାଜଭବନ  ନିକଟ ପେଟ୍ରୋଲ ପମ୍ପ ପରିସରରେ ଥିବା ଏକପଲ୍ୟୁସନ ଟେଷ୍ଟିଙ୍ଗ ସେଣ୍ଟରର ଦୃଶ୍ୟ। ପରିସ୍ଥିତ ଏପରି ହୋଇଛି ଯେ  ଟେଷ୍ଟିଙ୍ଗ ସେଣ୍ଟରରେ ପୋଲିସ ମୂତୟନ କରିବାକୁ ପଡିଛି। ସେପ​‌​‌ଟେ  ରାସ୍ତା ଉପରେ   କାର ଓ ବାଇକର ଲମ୍ବାଲାଇନ।ସେପଟେ କାର  ପଲ୍ୟୁସନ  କରାଯାଉଥିବାବେଳ  ବାଇକ ଗୁଡିକୁ ଟେଷ୍ଟିଙ୍ଗ କରିବାକୁ  ମନା କରିବାରୁ  ଗାଡି ଚାଳକ  ଟେଷ୍ଟିଙ୍ଗ ସେଣ୍ଟରରେ ହାଲ୍ଲାବୋଲ କରିଛନ୍ତି।

ସେପେଟ  କିଛି   ବିଏସ ଷ୍ଟେଜ-୪ ଗାଡି ଟେଷ୍ଟିଙ୍ଗ ହୋଇ ପାରୁନଥିବାରୁ ଉତ୍ୟକ୍ତି ଗାଡି ଚାଳକ ମାନେ  ଲୋକମା​‌ନେ  ଟେଷ୍ଡିଙ୍ଗ ସେଣ୍ଟରରେ ପାଟିତୁଣ୍ଠ କରିବାର   ଦେଖିବାକୁ  ମିଳିଥିଲା।  ସେପଟେ ରାଜଧାନୀ​ରେ  ବଦଦ୍ର୍ଦିତ ଗାଡି ମୋଟର  ଅନୁପାତରେ ରାଜଧାନୀରେ ଆବଶ୍ୟକ ସଂଖ୍ୟକ  ପଲ୍ୟୁସନ ଟେଷ୍ଟିଙ୍ଗ ସେଣ୍ଟର ନଥିବାରୁ ଅସନ୍ତୋଷ   ଜାହିର କରିଛନ୍ତି  ବାଇକ ଓ କାର ଚାଳକ।ଦେଖନ୍ତୂ କଣ କହୁଛନ୍ତି ଗାଡି ଚାଳକ।

ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍ ଜାରି କରିପାରିବେନି।  ଲୋକମାନେ mParivan APPରେ ସେମାନଙ୍କ ଅନ୍‌ଲାଇନ୍ ସାର୍ଟିଫିକେଟ୍ ଦେଖାଇବାର ସୁବିଧା ରହିବ। ସେମାନେ ହାର୍ଡକପି ଧରି ସବୁବେଳେ ବୁଲିବାକୁ ପଡିବ  ନାହିଁ। ଦୁଇ ଓ ତିନି ଚକିଆ ଯାନର ପଲ୍ୟୁସନ୍ ଟେଷ୍ଟିଂ ପାଇଁ ୬୦ ଟଙ୍କା ଓ ହାଲୁକା ୪ ଚକିଆ ଯାନ ପାଇଁ ଶହେ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ୧୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ସେପଟେ ବ୍ଳକ ଓ ସବ ଡିଭିଜନ ସ୍ତରରେ   ସ୍ବତନ୍ତ କ୍ୟାମ୍ପ   କରି ଲୋକଙ୍କୁ  ପଲ୍ୟୁସନ  ସାର୍ଟିଫିକେଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଯୋଗାଇ ଦେବାକୁ ଯୋଜନା କରିଛି ରାଜ୍ୟ ପରିବହନ ବିଭାଗ।

ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଜାରି କରାଯାଇଥିବା ମାନୁଆଲ୍ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍‌ (ପିୟୁସି) ସାର୍ଟିଫିକେଟ୍‌ଗୁଡ଼ିକୁ ଗ୍ରହଣ କରାଯିବା ଗାଡ଼ି ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଛାଡ଼ ପାଇବେ।।

   Related Posts