Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଆପ୍ ରେ ଅନଲାଇନ ଅଶ୍ଲୀଳ ରାକେଟ୍ ର ପର୍ଦ୍ଦାଫାସ, ବିଳମ୍ବିତ ରାତ୍ରୀରେ ଯୁବତୀଙ୍କ ଦ୍ୱାରା କରାଯାଉଥିଲା ନ୍ୟୁଡ କଲ

24/08/2019 at 3:17 PM

ନୂଆଦିଲ୍ଲୀ : ଅନଲାଇନରେ ଅଶ୍ଲୀଳତା ପ୍ରସାର କରୁଥିବା ଏକ ରାକେଟ୍ ର ପର୍ଦ୍ଦାଫାସ କରିଛି ଦିଲ୍ଲୀ ମହିଳା ଆୟୋଗ। ଆପ୍ ଜରିଆରେ ବଦମାସ ମାନେ ଅନଲାଇନରେ ରାକେଟ୍ ଚଳାଉଥିଲେ। ବିଳମ୍ବିତ ରାତ୍ରିରେ ଯୁବତୀଙ୍କ ଦ୍ୱାରା ଗ୍ରାହକଙ୍କୁ ନ୍ୟୁଡ କଲ କରାଉଥଲେ। ନନ୍ଦ ନଗରୀରେ ଚାଲୁଥିବା ଏହି ରାକେଟ୍ କୁ ଆୟୋଗର ଟିମ୍ ଧରିବା ପରେ ଏଠାରେ କାମ କରୁଥିବା ଏକ ୧୫ ବର୍ଷ ବୟସ୍କା ନା ବାଳିକାକୁ ମଧ୍ୟ ଉଦ୍ଧାର କରିଛନ୍ତି। ଘଟଣା ଏବେ ରାଜଧାନୀରେ ଚହଳ ପକାଇଛି।

ଗତ ୧୪ ତାରିଖ ଦିନ ଦିଲ୍ଲୀ କୃଷ୍ଣା ନଗର ଅଞ୍ଚଳରୁ ଜନୈକା ମହିଳା ନିଖୋଜ ହୋଇଯାଇଥିଲେ। ମହିଳାଙ୍କ ପରିବାର ଲୋକେ ଏ ନେଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତରେ ଆୟୋଗଙ୍କ ଟିମ୍ ନିଖୋଜ ମହିଳାଙ୍କ ବଡ ଭଉଣୀଙ୍କୁ ଭେଟିବା ପରେ ସେ ଆହୁରି ଅନେକ ଯୁବତୀ ଓ ମହିଳା ନିଖୋଜ ଥିବାର ସୂଚନା ଦେଇଥିଲେ। ତାଙ୍କ ସୂଚନା ଆଧାରରେ ମହିଳା ଆୟୋଗଙ୍କ ଟିମ୍ ନନ୍ଦ ନଗରୀର ଏକ ଘର ଉପରେ ଚଢଉ କରି ଜଣେ ନାବାଳିକା ଓ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

ତେବେ ନାବାଳିକ ଯାହା କହିଛି ତାହା ମହିଳା ଆୟୋଗଙ୍କ ହୋସ୍ ଉଡାଇ ଦେଇଛି। ଡିଟିପି ଅପରେଟର ଭାବେ କାମ କରିବାକୁ ସେ ତାର ଜଣେ ବାନ୍ଧବୀକୁ କହିଥିଲା। ଏଥିରେ ତାକୁ ଅଧିକ ଟଙ୍କା ଆୟର ଲୋଭ ଦେଖାଇ ତାକୁ ଏଭଳି କାମରେ ଫସାଇ ଦେଇଥିବା ନା ବାଳିକା କହିଛି। ଏଠାରେ ରାତି ୧୦ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଯୁବତୀଙ୍କୁ ନ୍ୟୁଡ ଭିଡିଓ କଲ କରିବା କାମରେ ନିୟୋଜିତ କରାଯାଉଥିଲା। ମାମଲାରେ ମହିଳା ଆୟୋଗ ଓ ପୋଲିସ ଟିମ୍ ମିଳିତ ଚଢଉ କରି ବିଭିନ୍ନ ସ୍ଥାନରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହି ରାକେଟ୍ ରେ ଆହୁରି ଅନେକ ଲୋକ ସାମିଲଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ନିକଟରୁ ମୋବାଇଲ ଫୋନ, ସିମ୍ କାର୍ଡ ଆଦି ଜବତ ହୋଇଛି।

   Related Posts