ବାହାଘରକୁ ଅଟକାଇ ପାରିଲାନାହିଁ କରୋନା ଲକ୍ ଡାଉନ୍ : ଅନଲାଇନ୍ରେ ନିକ୍ହା
25/03/2020 at 5:37 PM

ପାଟନା ୨୫।୩: କରୋନା ଭାଇରସ୍ ସଂକ୍ରମଣ ଏବଂ ଲକ୍ ଡାଉନ୍ ମଧ୍ୟରେ ବିହାର ପାଟନା ଏକ ନିଆରା ବିବାହ ସମ୍ପନ୍ନ ହୋଇଛି | କନ୍ୟା ଘର ପାଟନାରେ ହୋଇଥିବା ବେଳେ ବର ଘର ଗାଜିଆବାଦ । ପାଟନା ସାମନପୁରାରେ ଥିବା ସାଦିଆ ନସରିନ୍ଙ୍କ ଘରେ ଏକ ବଡ ସ୍କ୍ରିନ୍ ଲଗାଯାଇଥିଲା । ଅନ୍ୟପକ୍ଷରେ ଗାଜିଆବାଦରେ ବର ଘରେ ମଧ୍ୟ ଅନଲାଇନ ସ୍କ୍ରିନ୍ ଲଗାଯାଇଥିଲା।
ଦୁଇ ଜଣ ସାକ୍ଷୀଙ୍କ ମଧ୍ୟରେ କାଜି ଉଭୟଙ୍କ ବିବାହ କରାଇଥିଲେ। କନ୍ୟା କବୁଲ ହୈ… କବୁଲ ହୈ… କବୁଲ ହୈ… କହିବା ମାତ୍ରେ ଦୁଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା | ତାପରେ ସମସ୍ତ ପରିବାରଲୋକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଲକ୍ ଡାଉନ୍ ସରିବା ପରେ ଦୁଇ ପରିବାର ସାକ୍ଷାତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସୂଚନା ଅନୁଯାୟୀ, ନିକାହ ପାଇଁ ପ୍ରସ୍ତୁତି ଚାଲିଥିଲା । ମାର୍ଚ୍ଚ ୨୩ରେ ଦୁହେଁ ହାରୁନ ନାଗରର କମ୍ୟୁନିଟି ହଲରେ ବିବାହ କରିଥାନ୍ତେ । କିନ୍ତୁ କରୋନା ଭାଇରସ୍ ସଂକ୍ରମଣ ଏବଂ ଲକ୍ ଡାଉନ୍ ଯୋଗୁଁ ନିକାହ ବାଧାପ୍ରାପ୍ତ ହେବାପରେ ଉଭୟ ପରିବାର ଏଭଳି ବିବାହ କରାଇବାର ମନସ୍ଥ କରିଥିଲେ।
ଏହାପରେ ଉଭୟ ପରିବାର ଟେକ୍ନୋଲୋଜି ବ୍ୟବହାର କରିଥିଲେ । ସାଦିଆ ନାସରିନ୍ ପାଟନାରେ ପରଦା ସାମ୍ନାରେ କନ୍ୟା ବେଶରେ ବସିଥିବା ବେଳେ ସାହିବାବାଦରେ ବର ବେଶରେ ଡାନିଶ୍ ରାଜା ବସିଥିଲେ । ଉଭୟ ପରିବାରର ଲୋକମାନେ ଅନଲାଇନ୍ ଆସିଥିଲେ । କାଜି ଏବଂ ଦୁଇ ସାକ୍ଷୀଙ୍କ ମଧ୍ୟରେ ନିକାହ ସମ୍ପନ୍ନ ହୋଇଥିଲା |