Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସୋମବାରଠୁ ଅନଲାଇନ୍‌ରେ ମିଳିବ ମଦ : ଏହି ଓ୍ୱେବସାଇଟ୍‌ରେ କରି ହେବ ଅର୍ଡର, ୨ ଘଣ୍ଟା ମଧ୍ୟରେ ଘରେ ପହଁଚିବ

16/05/2021 at 7:47 AM

ଭୁବନେଶ୍ୱର,୧୬/୦୫: ଅନଲାଇନରେ ମିଳିବ ମଦ । ରାଜ୍ୟ ଅବକାରୀ ବିଭାଗର ଗାଇଡଲାଇନ ମୁତାବକ ଖୋର୍ଦ୍ଧା ଜିଲ୍ଳାରେ ଆସନ୍ତା ସୋମବାରଠାରୁ ଅନ୍‌ଲାନ୍‌ରେ ମଦ ବିକ୍ରି ହେବ । ଜୋମାଟୋ ଓ ସ୍ୱିଗୀ ସହ ୧୭ ଡେଲିଭରୀ ସଂସ୍ଥା ଘରେ ମଦ ପହଞ୍ଚାଇବେ । ତା’ଛଡା ମଦ ଦୋକାନୀମାନେ ନିଜେ ଲୋକ ରଖି ଡେଲିଭରୀ କରିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଳାପାଳ କହିଛନ୍ତି।

ନିୟମ ଅନୁସାରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଅନଲାଇନରେ ମଦ ମିଳିବ । ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ମଦ ଦୋକାନ ବନ୍ଦ ରହିବ । ୱେବ୍‌ ସାଇଟ୍‌ osbc.co.in କୁ ଯାଇ ମଦ ଅର୍ଡର କରିପାରିବେ ଗ୍ରାହକ । ଡେଲିଭରୀ ସଂସ୍ଥାକୁ ନିଜେ ଗ୍ରାହକ ଚୟନ କରିବେ । ଅର୍ଡର କରିବାର ୧ରୁ ୨ ଘଣ୍ଟା ମଧ୍ୟରେ ଘରେ ମଦ ପହଞ୍ଚିବ । ତେବେ କେତେ ଟଙ୍କାର ମଦ କିଣିଲେ କେତେ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ ତାକୁ ସେ ନେଇ ମଧ୍ୟ ଅବକାରୀ ବିଭାଗ ସ୍ପଷ୍ଟ କରିଛି । ଅବକାରୀ ବଭାଗ କହିଛି, ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା , ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାର ପାଇଁ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦ ପାଇଁ ୧୭୫ ଟଙ୍କା, ୨ହଜାର ୧ ଟଙ୍କାରୁ ୩ ହଜାର ଟଙ୍କାର ମଦ ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେଇଭଳି ୩ ହଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା ଚାର୍ଜ, ୩୫ ଶହ ୧ ଟଙ୍କାରୁ ୪ ହଜାର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଚାର୍ଜ ଓ ୪ ହଜାର ୫୦୧ ଟଙ୍କାରୁ ଯେତେ ଅଧିକ ଟଙ୍କାରେ ମଦ କିଣିଲେ ମାତ୍ର ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଡେଲିଭରୀ ସଂସ୍ଥା ।

ୱେବ୍‌ ସାଇଟ୍‌ ଛାଡା ଗ୍ରାହକମାନେ ଦୋକାନୀଙ୍କଠାରୁ ଫୋନ୍‌, ଏସ୍‌ଏମ୍‌ଏସ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ମଧ୍ୟ ମଦ ମଗାଇ ପାରିବେ । ତେବେ ମଦ ଦାକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ମଦ ନେବା ଆଣିବା ଲାଗି ଦୋକାନୀମାନେ କମିଶନରେଟ୍‌ ପୁଲିସ୍‌ ଠାରୁ ଅନ୍‌ଲାଇନ୍‌ରେ ପାସ୍‌ ଆଣିବେ । ତା’ପରେ ଦୋକାନୀ ଦେଇଥିବା ପରିଚୟପତ୍ର ଦେଖାଇ କର୍ମଚାରୀମାନେ ଯା’ଆସ କରିପାରିବେ । ତେବେ ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ଲାଗି ନିଗମ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି କେଉଁ ଅଞ୍ଚଳର ଦୋକାନୀ କେଉଁଦିନ ମଦ ଉଠାଇ ପାରିବ ସେ ନେଇ ଧାର୍ଯ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।

   Related Posts