Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ହେବ ଅନଲାଇନ ଜଳାଭିଷେକ : ସ୍ପିଡ୍ ପୋଷ୍ଟରେ ଭକ୍ତଙ୍କୁ ପଠାଯିବ ଭୋଗ

8/07/2020 at 2:34 PM

ବାରାଣାସୀ ୦୮/୦୭ : ଉତ୍ତର ପ୍ରଦେଶ ବାରାଣାସୀ କାଶୀ ବିଶ୍ୱନାଥ ମନ୍ଦିର ପାଇଁ ପ୍ରସିଦ୍ଧ | ଗଙ୍ଗାକୂଳରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ | କାଶୀ ଭଗବାନ ଶିବଙ୍କ ତ୍ରିଶୂଳ ଉପରେ ଥିବା ବିଶ୍ୱାସ ରହିଛି | ଶ୍ରାବଣ ମାସରେ ଏହି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୁଏ | କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଦର୍ଶନଙ୍କ ତରିକା ପରିବର୍ତ୍ତନ କରାଯାଇଛି | ଭଗବାନ ଶିବଙ୍କ ନଗରୀ ବୋଲାଉଥିବା କାଶୀରେ ଏଥର ଗଳି କାନ୍ଦି ସବୁ ଶୂନଶାନ ହୋଇଯାଇଛି | କରୋନା ଯୋଗୁଁ ମନ୍ଦିରରେ ସାମାଜିକ ଦୂରତା ପାଳନ କରାଯାଉଛି | ଶ୍ରାବଣ ମାସରେ ମନ୍ଦିର ଗର୍ଭଗୃହ ପର୍ଯ୍ୟନ୍ତ ଯିବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯାଇନାହିଁ | ଏଥର ଶିବଙ୍କ ଜଳାଭିଷେକ ମଧ୍ୟ ହେବନାହିଁ | କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମନ୍ଦିରକୁ ପ୍ରତି ୬ ଘଣ୍ଟା ଅନ୍ତରାଳରେ ସାନିଟାଇଜ କରାଯାଉଛି |

ଆଗରୁ ଶ୍ରାବଣ ମାସରେ ସହରରେ ବିଭିନ୍ନ ସ୍ଥାନରେ କାଉଡିଆଙ୍କ ପାଇଁ କ୍ୟାମ୍ପ କରାଯାଉଥିଲା | ପ୍ରଥମଥର ପାଇଁ ଯାଦବ ସମାଜର ୫ ଜଣ ଜଳାଭିଷେକ ପାଇଁ ମନ୍ଦିରରେ ପହଞ୍ଚିଥିଲେ | ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଶ୍ରାବଣ ପ୍ରଥମ ସୋମବାରରେ ହଜାର ହଜାର ଯାଦବ ସମାଜର ଲୋକ ଗର୍ଭଗୃହରେ ଜଳାଭିଷେକ କରନ୍ତି | ଗତ ବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଜଳାଭିଷେକ କରିଥିଲେ | ଆଗରୁ ଶ୍ରାବଣ ମାସରେ ଯେଉଁ କାଶୀ ବିଶ୍ୱନାଥ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା ସେହି ମନ୍ଦିରରେ ଏଥର କେବଳ ୫ଜଣ ଭକ୍ତ ଉପସ୍ଥିତ ଥିଲେ | ମନ୍ଦିର ରାସ୍ତାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି |

ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାବଧାନତା ପଦକ୍ଷେପ ଅବଲମ୍ବନ କରାଯାଇଛି | ଏଥର ଅନଲାଇନ ରୁଦ୍ରାଭିଷେକ ହେବ ଏବଂ ଡାକ ଦ୍ୱାରା ସ୍ପିଡ଼ ପୋଷ୍ଟ ଜରିଆରେ ବାବାଙ୍କ ପ୍ରସାଦ ଭକ୍ତଙ୍କୁ ପଠାଯିବ | ଏହି ପ୍ରସାଦ ୨୫୧ ଟଙ୍କାରେ ମିଳିବ | କାଶୀ ବିଶ୍ୱନାଥ ମନ୍ଦିର ପ୍ରସାଦ ମଗାଇବା ପାଇଁ ନିଜ ନିକଟତର ଡାକ ଘରକୁ ଯାଇ ୨୫୧ ଟଙ୍କାର ଇ-ମନିଅର୍ଡର ବାରଣାସୀ (ପୂର୍ବ)ମଣ୍ଡଳ ଅଧିକ୍ଷକଙ୍କ ନାଁରେ ପଠାଇବାକୁ ହେବ |  ପ୍ରସାଦ ଟେମ୍ପର ପ୍ରୁଫ ଏନଭଲପରେ ସ୍ପିଡ଼ ପୋଷ୍ଟ ଜରିଆରେ ପଠାଯିବ | ମନ୍ଦିରରେ ରୁଦ୍ରାଭିଷେକ ଓ ଆଳତି ପାଇଁ ଶୁଳ୍କ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି | କରୋନା ଯୋଗୁଁ ନାଗପଞ୍ଚମୀ ଦିନ କାଶୀ ନାଗକୂପରେ ଵିଦ୍ଵାନଙ୍କ ମେଳି ହେବନାହିଁ | ଜିଲ୍ଲାର ସମସ୍ତ ସୀମାରେ ପୋଲିସ ନିୟୋଜିତ କରାଯାଇଛି | ଯଦି ବାହାରୁ କେଉଁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିବେ ତାହେଲେ ତାଙ୍କୁ ବାବାଙ୍କ ଦର୍ଶନ ନ କରି ଫେରିଯିବାକୁ ପଡିବ |

ପ୍ରତିବର୍ଷ ଶ୍ରାବଣ ମାସରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି | କିନ୍ତୁ ଏଥର ୨୫ ହଜାର ଲୋକଙ୍କୁ ଦର୍ଶନ କରାଇବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି | ମନ୍ଦିର କାର୍ଯ୍ୟପାଳିକା ସମିତିର ଅଧ୍ୟକ୍ଷ ତଥା କମିଶନର ଦୀପକ ଅଗ୍ରୱାଲ କହିଛନ୍ତି ଯେ ପ୍ରତ୍ୟେକ ସୋମବା ଜଳାଭିଷେକ ହେବ କିନ୍ତୁ ଭକ୍ତଙ୍କୁ ଦୂରରେ ରହି ଦର୍ଶନ କରିବାକୁ ପଡିବ | ଗର୍ଭଗୃହ ଭିତରକୁ ଯିବାକୁ କାହାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ | ଗର୍ଭଗୃହର ୪ଟି ଦ୍ୱାର ବାହାରେ ଅର୍ଘ୍ୟ ବ୍ୟବସ୍ଥା କରାଯାଇଛି | ଶ୍ରଦ୍ଧାଳୁ ସେଠାରୁ ବାବାଙ୍କ ଜଳାଭିଷେକ କରିବେ ଏବଂ ଜଳ ସିଧା ବାବାଙ୍କ ପାଖରେ ପହଞ୍ଚିବ | ମନ୍ଦିର ପରିସରକୁ ଯିବାକୁ ୩ଟି ଜୋନ କରାଯାଇଛି | ପ୍ରଥମ ଜୋନ ମନ୍ଦିର ଭିତରେ ରହିଛି ଯେଉଁଠାରେ କେବଳ ୫ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ |

   Related Posts