Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଏବେ ଅନଲାଇନରେ ବୁକିଂ କରିହେବ ରନ୍ଧନ ଗ୍ୟାସ, ଗୋଟିଏ କ୍ଲିକରେ ମିଳିବ ଏହିସବୁ ସୁବିଧା

7/04/2020 at 4:11 PM

ନୂଆଦିଲ୍ଲୀ, ୦୭|୦୪:  ମୂଲ୍ୟ ହ୍ରାସ ପାଇବା ପରେ ଏବେ ଦେଶର ୪ଟି ମହାନଗରରେ ରୋଷେଇ ଗ୍ୟାସ ଦାମ୍ ବଦଳି ଯାଇଛି । ବର୍ତ୍ତମାନ ଦେଶରେ ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ କନେକ୍ସନ ରହିଛି । ଏପରିକି କିଛି ଘରେ ଗୋଟିଏରୁ ଅଧିକ କନେକ୍ସନ ଅଛି । ଭାରତ ସରକାର ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଅନେକ ସମୟରେ ରିହାତି ପ୍ରଦାନ କରିଥାନ୍ତି ।

ପ୍ରଥମେ ଯେଉଁ ଉପଭୋକ୍ତା ଗ୍ୟାସ ବୁକିଂ କରୁଥିଲେ କିମ୍ବା ନିଜ ଆକାଉଣ୍ଟ ବାବଦରେ ତଥ୍ୟ ଚାହୁଁଥିଲେ ଡିଲରଙ୍କ ସହ ଯୋଗଯୋଗ କରିବାକୁ ପଡୁଥିଲା । କିନ୍ତୁ ଏବେ ଅନଲାଇନରେ ସମସ୍ତ ତଥ୍ୟ ମିଳିବ । କନେକ୍ସନ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଅନଲାଇନରେ ଉପଭୋକ୍ତା ପାଇପାରିବେ ।

ଗ୍ୟାସ ଟାଙ୍କି ଭର୍ତ୍ତି ହେବା ପରେ ଘର ପହଁଚାଇବା କାମ ଗ୍ୟାସ ଏଜେନ୍ସି କରିଥାଏ । ଏବେ ବୁକିଂ ବାବଦରେ ସମସ୍ତ ଡାଟା ଅନଲାଇନରେ ମିଳିବ । ବୁକିଂ ସମ୍ବନ୍ଧୀୟ ସମସ୍ତ ଡାଟା ଆପଣଙ୍କୁ ଅନଲାଇନ ମିଳିବ । ଯଦି ଆପଣଙ୍କୁ ଗ୍ୟାସ କନେକ୍ସନର ଠିକଣା ଓ ଡେଲିଭରୀ ସ୍ଥାନକୁ ପରିବର୍ତ୍ତନ କରିବାକୁ ଅଛି ତେବେ ଆପଣ ଅନଲାଇନରେ ଏସବୁ କରିପାରିବେ । ଯେଉଁମାନଙ୍କ ଖାତାରେ ଗ୍ୟାସ ସବସିଡି ଆସିଥାଏ ସେମାନଙ୍କ ଡାଟା ମଧ୍ୟ ଅନଲାଇନରେ ମିଳିବ । ପୂର୍ବରୁ ଏହି ତଥ୍ୟ କେବଳ ବ୍ୟାଙ୍କରେ ମିଳୁଥିଲା ।

ଗ୍ୟାସ ବୁକିଂ ଚାହୁଁଥିଲେ ଆପଣ ଓ୍ୱେବସାଇଟରେ ରେଜିଷ୍ଟ୍ରେସନ କରି ବା କଲ୍ କରି ବୁକିଂ କରିପାରିବେ । ଅନଲାଇନ ବୁକିଂ କରିବା ବହୁତ ସରଳ । ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ଗ୍ୟାସ ବୁକିଂ କରିହେବ ।

   Related Posts