Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରହସ୍ୟ ଘେରରେ ଅନଲାଇନ ଗ୍ରୁପ ଯାହାର ମୂଳ ଲକ୍ଷ୍ୟ ମହିଳାଙ୍କ ପ୍ରତି ହିଂସା ଏବଂ ପ୍ରତିଶୋଧ

13/06/2020 at 4:16 PM

ନୂଆଦିଲ୍ଲୀ ୧୩/୦୬ : ନବେ ଦଶକ ଶେଷ ଆଡକୁ, ୧୮ ବର୍ଷ ବୟସ୍କ ଜଣେ ଆମେରିକୀୟ ଯୁବକ ଇଣ୍ଟରନେଟରେ ଏକ ଗ୍ରୁପ ତିଆରି କରିଥିଲେ | ଏହି ଗ୍ରୁପ ସହ ସେହି ଯୁବକମାନେ ଯୋଡି ହୋଇପାରିବେ ଯେଉଁମାନେ କୌଣସି କାରଣବଶତଃ ବାସ୍ତବିକ ଦୁନିଆରେ ଝିଅମାନଙ୍କ ସହ ବନ୍ଧୁତା କରିପାରନ୍ତି ନାହିଁ | ଏହିଭଳି ଏକ ଅନଲାଇନ କମ୍ୟୁନିଟି ତିଆରି ହୋଇଥିଲା ଯାହାର ନାଁ ଥିଲା “involuntary celibacy” | ପରେ ଏହି ନାଁ ଛୋଟ ହୋଇ ଇନସେଲ ହୋଇଗଲା | ଏହା ବର୍ତ୍ତମାନ ଏକ ବଡ ସମ୍ପ୍ରଦାୟ, ଯେଉଁଥିରେ ସାରା ଦୁନିଆର ପୁରୁଷମାନେ ନକଲି ପରିଚୟ ସହ ଯୋଡି ହୁଅନ୍ତି | ସେମାନେ ଭାବନ୍ତି ଯେ ଶାରୀରିକ ଆବଶ୍ୟକତା ପୁରା କରିବା ପାଇଁ ମହିଳାମାନଙ୍କ ସହ ହିଂସା ଠିକ ନୁହେଁ | ଏହିଭଳି ମାନସିକତା ଲୋକମାନେ ଏସିଡ ମାଡ଼ ଏବଂ ଦୁଷ୍କର୍ମ କରିଥାନ୍ତି |

ଇନସେଲ କଥା ଏଇଥିପାଇଁ ଏଠାରେ କୁହାଯାଇଛି କାରଣ ଟୋରାନ୍ତରେ ପ୍ରଥମଥର ଇନସେଲ ବିରୋଧରେ ଆତଙ୍କବାଦ ମୁକଦମା ହେଉଛି | ଫେବୃଆରୀ ମାସରେ ଇନସେଲ ସମ୍ପ୍ରଦାୟର ଜଣେ ୧୭ ବର୍ଷୀୟ ଯୁବକ ମସାଜ ପାର୍ଲରରେ କାମ କରୁଥିବା ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ପରୀ ମୁକଦମା ହୋଇଛି | ଯାଞ୍ଚ ପରେ ଜଣାପଡିଛି ଯୁବକ ମହିଳା =ମାନଙ୍କୁ ଘୃଣା କରୁଥିଲା ଏବଂ ଭବିଷ୍ୟତରେ ମଧ୍ୟ ଏହିଭଳି କୌଣସି କାଣ୍ଡ କରିଥାନ୍ତା | ସେଥିପାଇଁ ପ୍ରଥମଥର କାନାଡ଼ା ପୋଲିସ ମହିଳାମାନଙ୍କ ବିରୋଧୀ କଠୋରତାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରି ଯୁବକକୁ ଆତଙ୍କବାଦୀ କହିଛି ଏବଂ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଏହା ପୂର୍ବରୁ ୨୦୧୮ ମସିହାରେ ଟୋରାଣ୍ଟରେ ଏହିଭଳି ଏକ ଆକ୍ରମଣ ହୋଇଥିଲା ଯେଉଁଥିରେ ୧୦ ଜଣଙ୍କ ପ୍ରାଣ ଚାଲିଯାଇଥିଲା | କାନାଡ଼ାର ୟୁଥ କ୍ରିମିନାଲ ଜଷ୍ଟିସ ଆକ୍ଟ ଅନୁସାରେ ଏହା ପ୍ରଥମ ମାମଲା ଥିଲା ଯେଉଁଥିରେ ନାବାଳିକକୁ ଆତଙ୍କବାଦୀ ଶ୍ରେଣୀଭୁକ୍ତ କରାଯାଇଥିଲା |  

ଇନସେଲ ଇଂରାଜୀର ଦୁଇଟି ଶବ୍ଦ ମିଶି ତିଆରି ହୋଇଛି ଯାହାର ଅର୍ଥ ଅନିଚ୍ଛା ସତ୍ତ୍ୱେ ଭର୍ଜିନ ରହିବା | ଏହି ଚିନ୍ତାଧାରା ଯୋଗୁଁ କାନାଡ଼ାରେ ଜଣେ ବ୍ୟକ୍ତି ୧୦ ଜଣଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିଲା | ଏହାପରେ ଏଲେକଙ୍କ ନାଁରେ ଫେସବୁକରେ ଚର୍ଚ୍ଚା ହୋଇଥିଲା ଯେଉଁଥିରେ ସେ ନିଜକୁ ଇନସେଲ ରବେଲିୟନ କହିଥିଲା | ପରେ ତାର ଆକାଉଣ୍ଟ ବନ୍ଦ ହୋଇଯାଇଥିଲା ଏବଂ ତାକୁ ଦୋଷୀ ସାବ୍ୟସ୍ତ କରି ଗିରଫ କରାଯାଇଥିଲା | 

ପୋଷ୍ଟରେ ଇନସେଲ ରିବେଲ ଲେଖିଥିଲା ଯେ, ‘ଆମେ କୌଣସି ଅପରାଧୀ ସମ୍ପ୍ରଦାୟର ନୁହେଁ, କିନ୍ତୁ ଆମ ମନରେ କ୍ରୋଧ ଭାରି ରହିଛି | ମହିଳାମାନେ ସୁନ୍ଦର ଯୁବକମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ଯାହାଫଳରେ ଆମ ଭଳି ଲୋକମାନେ ଏକା ରହିଯାଉ |’ ଏକ ରିପୋର୍ଟ ଅନୁଯାୟୀ, ଏହି ଇନସେଲ ପ୍ରେମରେ ପ୍ରତାରଣା ପାଇ ଇଣ୍ଟରନେଟର ଏହି ଗ୍ରୁପରେ ସାମିଲ ହୋଇଥିଲା | ଗ୍ରୁପର ସଦସ୍ୟ ତାକୁ ସୁନ୍ଦର ଝିଅମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ଉସୁକାଇଥିଲେ |

ପ୍ରକୃତରେ ନିଜକୁ ଇନସେଲ କହୁଥିବା ଏହି ଯୁବକମାନେ ଯୌନ ଅସଫଳତା ଯୋଗୁଁ ସାମାଜିକ-ରାଜନୈତିକ ପରିବେଶକୁ ବଡ କାରଣ ବୋଲି କୁହନ୍ତି | ଅସୁନ୍ଦର ପୁରୁଷମାନଙ୍କ ପ୍ରତି ମହିଳାଙ୍କ ଦୃଷ୍ଟି ପଡ଼ିନଥାଏ, ଏହା ଅନ୍ୟାୟ ବୋଲି ସେ କହିଛନ୍ତି | ପ୍ରତିଶୋଧ ନେବା ପାଇଁ ସେମାନେ ହିଂସାତ୍ମକ ହୋଇଯାନ୍ତି | ମହିଳାଙ୍କ ପ୍ରତି ହିଂସା ପ୍ରଦର୍ଶନ କରି ପ୍ରତିଶୋଧ ନିଆଯାଇପାରିବ ବୋଲି ସେମାନେ ଭାବନ୍ତି | ନିଜ ଇଛା ମୁତାବକ ଯୁବତୀ ସହ ସେକ୍ସ ନ କରିବାରୁ ଏମାନେ ସମାଜକୁ ମଧ୍ୟ ଦୋଷ ଦେଇଛନ୍ତି |

ଇନସେଲଙ୍କୁ ମାନସିକ ବିକୃତ ବୋଲି କୁହାଯାଇ | କାଲିଫର୍ନିଆରେ ରୋଜର ନାମକ ଜଣେ ବ୍ୟକ୍ତି ୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା ଏବଂ ୧୪ ଜଣଙ୍କୁ ଆଘାତ କରିଥିଲା | ସେ ତାର ଏହି କାମକୁ ସଫେଇ ଦେଇ କହିଥିଲା ଯେ ଏହା ସେହି ମହିଳାମାନଙ୍କ ପ୍ରତି ପ୍ରତିଶୋଧ ଯେଉଁମାନେ ତାକୁ ସେକ୍ସରୁ ଦୁରେଇ ରଖିଥିଲେ | ଏହାପରେ ସେ ଇନସେଲ ଗ୍ରୁପର ହିରୋ ହୋଇଗଲା |

ଇନସେଲ କିଏ, କଣ କରନ୍ତି, କଣ କରିବେ ତାହା କେହି ଜାଣିନଥାନ୍ତି | ଏକ ପୋଲରୁ ଜଣାପଡିଛି ଯେ ଇନସେଲ ଗ୍ରୁପ ସଦସ୍ୟମାନଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ପୁରୁଷ ୩୦ ବର୍ଷରୁ କମ ବୟସର | ପ୍ରକୃତରେ ଇନସେଲ ଏକ ବିଚାରଧାରା | ଏହାର ବହୁତଗୁଡିଏ ଅନଲାଇନ ଗ୍ରୁପ ଅଛି |

   Related Posts