ଗ୍ରାହକଙ୍କୁ ଝଟକା: ମହଙ୍ଗା ହେବ ଅନଲାଇନ ଫୁଡ, ସୁପାରିଶ କଲା ଜିଏସଟି ପରିଷଦ କମିଟି

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୪: ଆଗାମୀ ଦିନରେ ମହଙ୍ଗା ହେବ ଅନଲାଇନ୍ ଫୁଡ୍ । ବିତରଣ କମ୍ପାନୀମାନେ ଖାଦ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ ଜିଏସଟି ପରିଷଦ କମିଟି ଏହାର ବିଚାର କରୁଛି । ଏଥିରେ କମିଟି ଅତି କମରେ ୫% ଜିଏସ୍ଟି ଅଧୀନରେ ଆଣିବାକୁ ସୁପାରିଶ କରିଛି ଖାଦ୍ୟ ବିତରଣ କମ୍ପାନୀ । ଏଭଳି ପରିସ୍ଥିତିରେ ସ୍ୱାଗୀ, ଜମାଟୋ ଇତ୍ୟାଦିରୁ ଖାଦ୍ୟ ଅର୍ଡର କରିବା ଲୋକଙ୍କ ପାଇଁ ମହଙ୍ଗା ପଡିପାରେ ।

ଶୁକ୍ରବାର ବସିବ ଜିଏସଟି ପରିଷଦ କମିଟି ବୈଠକ । ବୈଠକର ଏହା ମୁଖ୍ୟ ଏଜେଣ୍ଡା ହୋଇପାରେ ବୋଲି ଆଲୋଚନା କରାଯାଉଛି । ବର୍ତ୍ତମାନ ଏହି ବ୍ୟବସ୍ଥା ହେତୁ ସରକାରଙ୍କୁ ୨ ହଜାର କୋଟି ଟଙ୍କା କ୍ଷତି ସହିଥିବା କୁହାଯାଇଛି । ଜିଏସଟି ପରିଷଦର ଫିଟମେଣ୍ଟ ପ୍ୟାନେଲ ଖାଦ୍ୟ ଏଗ୍ରିଗେଟରମାନଙ୍କୁ ଇ-କମର୍ସ ଅପରେଟର ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.