ମୋ ସରକାରରେ ସାମିଲ ହେଲା କରୋନା ପରିଚାଳନା : କୋଭିଡ୍ କେୟାର ହୋମ୍‌ର ତଦାରଖ ପାଇଁ Online Entry ବ୍ୟବସ୍ଥା

Published By : Prameya-News7 Bureau | July 07, 2020 IST

ଭୁବନେଶ୍ୱର ୦୭/୦୭ : ରାଜ୍ୟରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଆଜି ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଓଡିଶାରେ ଆଉ ୪ ମୁଣ୍ଡ ନେଲା କରୋନା । ଗଞ୍ଜାମରୁ ୩ ଏବଂ କଟକରୁ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ସେପଟେ କଟକରେ ଆରମ୍ଭ ହୋଇଛି ଆଣ୍ଟିଜେନ ଟେଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବା ସହ କୋଭିଡ ପରିଚାଳନାକୁ ମୋ ସରକାରରେ ସାମିଲ କରିବାକୁ ନିର୍ଦେଶ ଦେଇଛନ୍ତି।

{"id":297417,"sizeSlug":"large"}

ମୋ ସରକାରରେ ସାମିଲ ହେଲା ରାଜ୍ୟରେ କରୋନା ପରିଚାଳନା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।  କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶଦେଇଛନ୍ତି । କୋଭିଡ୍ ରୋଗୀ ଏବଂକୋଭିଡ୍ ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗକରି ସେମାନଙ୍କଠାରୁ  ଫିଡବ୍ୟକ ସଂଗ୍ରହ କରିବେ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନେ ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କଠାରୁ ଫିଡ୍ ବ୍ୟାକ ସଂଗ୍ରହକରିବେ । କୋଭିଡ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍ କେୟାର ହୋମର ତଦାରଖ ପାଇଁ Online Entry ବ୍ୟବସ୍ଥା କରାଯିବ। ସେହିପରି କୋଭିଡ ହସ୍ପିଟାଲରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରାଯିବ।

{"id":297418,"sizeSlug":"large"}

ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା ସେହି ସମୟରେ କରିଛନ୍ତି ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ରାଜ୍ୟରେ ଦିନକରେ ରେକର୍ଡ ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୦୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତ । ଗଂଜାମରୁ ସର୍ବାଧିକ ଆକ୍ରାନ୍ତ ୨୭୩ ଜଣ ଚିହ୍ନଟ ହୋଇଛନ୍ତି ।ସେହିପରି ଆଜି ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ବ୍ରହ୍ମପୁରକୁ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଆଉ ୫ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସେହିପରି ଜିଲ୍ଲାର ୫ ବ୍ଲକ ହେଡକ୍ବାର୍ଟର ଏବଂ ସୋରଡା ଏନଏଏସିରେ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି।

{"id":297419,"sizeSlug":"large"}

ସଂକ୍ରମଣକୁ ସ୍ଥିତି ଜାଣିବା ପାଇଁ ଆଣ୍ଟିଜେନ ଟେଷ୍ଟ ଓ ସେରୋଲୋଜିକାଲ୍ ଟେଷ୍ଟ ଉପରେ ସର୍ଭେ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । କାଲି ସୁଦ୍ଧା ପୁରୀ ଜିଲ୍ଲାରେ ସେରୋଲୋଜିକାଲ୍ ସର୍ଭେ ସରିବ । ୯ ତାରିଖରୁ ଭୁବନେଶ୍ବରରେ ସେରୋଲୋଜିକାଲ୍ ସର୍ଭେ ହେବ । ସେହିପରି ଆସନ୍ତା ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ହେବ ସର୍ଭେ । ରାଜ୍ୟକୁ ଆସିଥିବା ୫ ହଜାର ରାପିଡ ଆଣ୍ଟିଜେନ କିଟ ବଣ୍ଟା ସରିଛି  । SCB, MKCG ଓ ଭୁବନେଶ୍ବର ପାଇଁ ଏସବୁ କିଟ୍ ଦିଆଯାଇଛି । ଅଧିକ ୨୦ ହଜାର କିଟ ଆଣିବା ପାଇଁ ଯୋଜନା ଥିବା RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । କଟକରେ ଆଜିଠୁ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ କଟକ ଏସ ସି ବି ମେଡିକାଲରେ  ୮୦ ରୁ ୧ ଶହ ପର୍ଯ୍ୟନ୍ତ ଟେଷ୍ଟ କରାଯାଇଛି। ପରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ , ଶିଶୁ ଭବନ ଏବଂ କଟକ ସିଟି ହସ୍ପିଟାଲରେ ଏହି ଟେଷ୍ଟ କରାଯିବ ।

{"id":297420,"sizeSlug":"large"}

ରାଜ୍ୟରେ କୋଭିଡ ପରୀକ୍ଷଣ ସଂଖ୍ୟା ୩ ଲକ୍ଷରେ ପହଁଚିଛି । ସାମାଜିକ ଦୂରତା ନିୟମ ପାଳନ ଓ ମାସ୍କ ନ ପିନ୍ଧିବା ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ରାଜ୍ୟସରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.