ଅନଲାଇନରେ ଭୋଟର କାର୍ଡ୍ ଆବେଦନ ବେଳେ ରୁହନ୍ତୁ ସାବଧାନ: ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍ ଅପରାଧି, ସତର୍କ କରାଇଲେ ସିଇଓ

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ, ୦୨|୦୬:  ଦେଶରେ ଦିନକୁ ଦିନ ସାଇବର୍ ଅପରାଧି ଓ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଭୋଟର୍ ଆଇଡି କାର୍ଡ୍ ସହ ଜଡିତ ଏକ ବଡ ଠକେଇ ସାମ୍ନାକୁ ଆସୁଛି । ଯାହାକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ଚାଚନ ଅଧିକାରୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀର ନିର୍ବାଚନ ଅଧିକାରୀ ଏପରି କିଛି ଓ୍ୱେବସାଇଟ୍ ବାବଦରେ ସୂଚନା ଦେଇଛନ୍ତି ଯେଉଁମାନେ ଲୋକଙ୍କଠୁ ଟଙ୍କା ନେଇ ଭୋଟର ଆଇଡି କାର୍ଡ ପ୍ରସ୍ତୁତ କରିବାକୁ କହୁଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ମେ ମାସ ଶେଷରେ ଏପରି ଏକ ଭୋଟର୍ କାର୍ଡ ତିଆରି ନାମରେ ଠକେଇ ମାମଲା ସାମ୍ନାକୁ ଆସିଥିଲା । ଏହି ଓ୍ୱେବସାଇଟ୍ ଭୋଟରଙ୍କଠାରୁ ବିଭିନ୍ନ ସେବା ଯୋଗାଇବା ପାଇଁ ଟଙ୍କା  ନେଇଯାଇଥିଲା । କିନ୍ତୁ କୌଣସି ସେବା ଗ୍ରାହକଙ୍କୁ ମିଳୁନାହିଁ । ଏହାକୁ ଏଡାଇବା ପାଇଁ କେବଳ ନିର୍ବାଚନ ଆୟୋଗଙ୍କ ଓ୍ୱେବସାଇଟ୍ ଲଗଅନ୍ କରିବା ଆବଶ୍ୟକ । ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆର ଓ୍ୱେବସାଇଟ ଅନୁସାରେ ଭୋଟର କାର୍ଡ ପ୍ରସ୍ତୁତ କରିବା ପାଇଁ ଅନଲାଇନ୍  ଆପ୍ଲିକେସନ୍ ଜମା କରିବା ବେଳେ ଭୋଟରଙ୍କ ଠାରୁ କୌଣସି ଟଙ୍କା ନିଆଯାଏ ନାହିଁ ।

ଏହି ଠକେଇ ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ରାଜସ୍ଥାନର ଜଣେ ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଓ୍ୱେବସାଇଟରେ ଭୋଟର କାର୍ଡ ତିଆରି ଓ ରିନ୍ୟୁ ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ସେ ୬-୭ ମାସ ଧରି ଏପରି ଠକେଇ କରୁଥିବା ଜେରା ବେଳେ ଜଣା ପଡିଥିଲା । ସେ ପ୍ରାୟ ୫ ହଜାର ଲୋକଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.