କରୋନା ଟେଷ୍ଟ୍ ପାଇଁ ଅନଲାଇନ୍ ବୁକିଂ ଆରମ୍ଭ, ଘରୁ ସଂଗ୍ରହ ହେବ ନମୂନା

Published By : Prameya-News7 Bureau | March 31, 2020 IST

ବେଙ୍ଗାଲୁରୁ, ୩୧|୦୩:   ସାରା ବିଶ୍ୱରେ ଏବେ କରୋନା ଟେଷ୍ଟିଂ କିଟ୍ସର ଚାହିଦା ବୃଦ୍ଧି ପାଇଛି । ଏହା ମଧ୍ୟରେ କୋଭିଡ-୧୯ର ପରୀକ୍ଷଣ ପାଇଁ ପ୍ରାକ୍ଟୋ ନାମକ ଏକ ସଂସ୍ଥା ଅନଲାଇନ୍ ବୁକିଂ ଆରମ୍ଭ କରିଛି । କମ୍ପାନୀ ଏଥିପାଇଁ ଥାୟାରୋକେୟାର ସହ ପାର୍ଟନରସିପ୍ କରିଛି ।

ବେଙ୍ଗାଲୁରୁର ଏହି କମ୍ପାନୀ କହିଛି ଯେ, ଥାୟାରୋକେୟାର ସହ ମିଳିତ ଭାବେ କୋଭିଡ--୧୯ ଡିଟେକ୍ସନ ଟଷ୍ଟ୍ କରାଯିବ । ଏହାକୁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ମଧ୍ୟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ବର୍ତ୍ତମାନ ମୁମ୍ବାଇ ଲୋକଙ୍କ ପାଇଁ ଅନଲାଇନ୍ ଟେଷ୍ଟ୍ ଉପଲବ୍ଧ ଅଛି । ଅତିଶୀଘ୍ର ଏହାକୁ ସାରା ଦେଶରେ ଆରମ୍ଭ କରାଯିବ । ଏଥିପାଇଁ ଡାକ୍ତରଙ୍କ ଭାଲିଡ୍ ପ୍ରେସକ୍ରିମସନ୍ ଆବଶ୍ୟକ । ଟେଷ୍ଟିଂ ସମୟରେ ଫଟୋ ପରିଚୟ ପତ୍ର ମଧ୍ୟ ଜରୁରୀ ।

କୋଭିଡ-୧୯ ଟେଷ୍ଟ୍ ପ୍ରାକ୍ଟୋ ଓ୍ୱେବସାଇଟରେ ୪୫୦୦ ଟଙ୍କାରେ ବୁକ କରିହେବ । ବୁକିଂ ପରେ ଆକ୍ରାନ୍ତଙ୍କ ନମୂନା ଆଣିବା ପାଇଁ କମ୍ପାନୀର ରିପ୍ରେଜେଣ୍ଟେଟିଭ୍ ଯିବେ । ସେମାନେ ଘରୁ ଆକ୍ରାନ୍ତଙ୍କ ନମୂନା ସଂଗ୍ରହ କରିବେ । ନମୂନା ସଂଗ୍ରହ ସମୟରେ ସମସ୍ତ ଗାଇଡଲାଇନକୁ ପାଳନ କରାଯିବ । ୨୪ରୁ ୪୮ ଘଣ୍ଟା ମଧ୍ୟରେ କମ୍ପାନୀର ଓ୍ୱେବସାଇଟରେ ଟେଷ୍ଟ୍ ରେଜଲ୍ଟ୍ ଉପଲବ୍ଧ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.