ଏବେ ଘରକୁ ଯାଇ ସ୍ଵାସ୍ଥ୍ୟ କର୍ମଚାରୀ କରିବେ କରୋନା ଟେଷ୍ଟ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩: ସମଗ୍ର ଦୁନିଆରେ ସଂପ୍ରତି କରୋନା ଟେଷ୍ଟ କିଟ୍‌ର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି। ଲୋକେ ଥଣ୍ଡା, କାଶ ହେଲେ କରୋନା ଯାଞ୍ଚ କରାଉଛନ୍ତି। ଏମିତି ସମୟରେ କମ୍ପାନୀ ପ୍ରାକ୍ଟୋ କୋଭିଡ୍-୧୯ ପରୀକ୍ଷଣ ପାଇଁ ଅନଲାଇନ୍ ବୁକିଂ ଆରମ୍ଭ କରିଛି। କମ୍ପାନୀ ଏଥିପାଇଁ ଥାୟରୋକେୟାର ସହିତ ପାର୍ଟନରସିପ୍ କରିଛି।

ବେଙ୍ଗାଲୁରୁର ଏହି କମ୍ପାନୀ ଥାୟରୋକେୟାର ସହିତ ମିଶି କୋଭିଡ୍-୧୯ ର ପରୀକ୍ଷଣ କରୁଛି। ଭାରତ ସରକାର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ସହିତ ଇଣ୍ଡିଆନ କାଉନସିଲ  ଅଫ ମେଡିକାଲ ରିସର୍ଚ୍ଚ ଅର୍ଥାତ ICMR ମଧ୍ୟ ଏହାକୁ ଅନୁମୋଦନ ଦେଇଛି।

{"id":247232,"sizeSlug":"large"}

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସଂପ୍ରତି ମୁମ୍ବାଇ ଲୋକଙ୍କ ପାଇଁ ଟେଷ୍ଟ ଅନଲାଇନ୍ ସେବା ଉପଲବ୍ଧ ରହିଛି। ଖୁବ୍ ଶୀଘ୍ର ଏହାକୁ ପୂରା ଦେଶରେ ଉପଲବ୍ଧ କରାଯିବ। ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ଭାଲିଡ୍ ପ୍ରେସ୍‌କ୍ରିପସନର ଆବଶ୍ୟକତା ରହିଛି ଏବଂ ଟେଷ୍ଟ ରିକ୍ୟୁଜିସନ ଫର୍ମ ମଧ୍ୟ ଭରିବାକୁ ପଡିବ। ଟେଷ୍ଟିଂ ସମୟରେ ଫଟୋ ଓ ଆଇଡି କାର୍ଡ ଜରୁରୀ।

କୋଭିଡ୍-୧୯ ଟେଷ୍ଟ ପାଇଁ ପ୍ରାକ୍ଟୋର ଓ୍ଵେବସାଇଟ୍‌ରେ ୪୫୦୦ ଟଙ୍କା ଦେଇ ବୁକ୍ କରି ପାରିବେ। ବୁକିଂ ପରେ ରୋଗୀଙ୍କ ରକ୍ତ ନମୂନା ପାଇଁ ଘରକୁ କର୍ମଚାରୀଙ୍କୁ ପଠାଯିବ। ସେ ରକ୍ତ ନମୂନା ସଂଗ୍ରହ କରିବେ।  କମ୍ପାନୀ କହିଛି ଯେ, ରକ୍ତ ନମୂନା ପାଇଁ ପଠାଯାଉଥିବା କର୍ମଚାରୀ ICMR ଦ୍ଵାରା ଜାରି ଗାଇଡ୍‌ ଲାଇନ୍‌ର ପାଳନ କରିବେ। ଟେଷ୍ଟିଂ ପାଇଁ ସ୍ଵାବ୍‌ ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମ ଜରିଆରେ ସଂଗ୍ରହ କରାଯିବ। ଏହାକୁ କୋଲ୍ଡ ଚେନରେ ଥାୟୋରୋକେୟାର ଲାବାରୋଟୋରୀକୁ ପଠାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.