Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଫାଟିଗଲା ମୋବାଇଲ୍ ଫୋନ୍, ଅଳ୍ପକେ ବଞ୍ଚିଗଲେ ସାତ୍ତ୍ୱିକ୍ : ୩୦ ସେକେଣ୍ଡ୍ ପୂର୍ବରୁ ସରିଥିଲା ଅନଲାଇନ୍ କ୍ଲାସ୍

20/06/2021 at 9:56 AM

କନ୍ଧମାଳ, ୨୦/୦୬: ସ୍କୁଲ୍‌ କଲେଜ ବନ୍ଦ ଯୋଗୁଁ ଏବେ ଚାଲିଛି ଅନ୍‌ଲାଇନ୍‌ ପାଠପଢ଼ା । ତେବେ ଏହି ଅନ୍‌ଲାଇନ୍‌ ପାଠପଢ଼ା ଆଜି ଜଣେ ଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଛାତ୍ର ଜଣକ ପାଠ ପଢ଼ିସାରି ମୋବାଇଲ୍‌ ରଖିବାର ମାତ୍ର ୩୦ ସେକେଣ୍ଡ୍‌ ପରେ ମୋବାଇଲ୍‌ଟି ଫାଟି ଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଫୁଲବାଣୀ ମୁଣ୍ଡିଆ ସାହିର ୯ମ ଶ୍ରେଣୀର ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ସାତ୍ତ୍ୱିକ ଆଜି ଘରେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିଲେ । କ୍ଲାସ୍‌ ଶେଷ ହେବା ପରେ ମୋବାଇଲ୍‌ଟିକୁ ଟେବୁଲ୍‌ ଉପରେ ରଖି ସାତ୍ତ୍ୱିକ୍‌ ହୋମ୍‌ୱାର୍କ କରୁଥିଲେ । ହଠାତ୍‌ ମୋବାଇଲ୍‌ଟି ଢୋ’ କରି ଫାଟିବା ସହ ସେଥିରେ ନିଆଁ ଲାଗିଯାଇଥିଲା ।

ସାତ୍ତ୍ୱିକ ଏକ କାର୍ଡର୍ବୋଡ୍‌ ସହାୟତାରେ ମୋବାଇଲ୍‌କୁ ତଳକୁ ଫିଙ୍ଗି ଦେଇଥିଲେ । ଫଳରେ ସାତ୍ତ୍ୱିକଙ୍କ ଏଥିରେ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ମୋବାଇଲ୍‌ରେ ଅଧିକ ସମୟ ଧରି ପାଠ ପଢ଼ିବା ଯୋଗୁଁ ମୋବାଇଲ୍‌ ବ୍ୟାଟେରି ଗରମ ହୋଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏଥିପ୍ରତି ଅଭିଭାବକମାନେ ସଚେତନ ରହିବା ଏବଂ ମୋବାଇଲ୍‌ ଉପରେ ଧ୍ୟାନ ହେବା ମଧ୍ୟ ଜରୁରି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

   Related Posts