Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୫୦ ଫୁଟ୍ ଉଚ୍ଚ ପାଣିଟାଙ୍କି ଉପରେ ଚାଲୁଛି ଅନଲାଇନ୍ କ୍ଲାସ୍, ସମସ୍ୟା ଯୋଗୁଁ ୮୦ ପ୍ରତିଶତ ପିଲା ଛାଡ଼ିଲେଣି ପଢ଼ା

10/09/2020 at 4:07 PM

ଅହମଦାବାଦ ୧୦/୦୯: କରୋନା ଯୋଗୁଁ ସ୍କୁଲ ଓ କଲେଜରେ ପଡ଼ିଛି ତାଲା। ସେଥିପାଇଁ ପିଲାଙ୍କ ପଢ଼ା ଅନଲାଇନ୍ କ୍ଲାସରେ ଚାଲିଛି। ତେବେ ଅନଲାଇନ୍ କ୍ଲାସର ସବୁଠୁ ମୁଖ୍ୟ ଅସୁବିଧା ହେଉଛି ନେଟଓ୍ବର୍କ। କାରଣ ନେଟଓ୍ବର୍କ ବିନା ପଢ଼ା ସମ୍ଭବ ନୁହେଁ। ଅନେକ ଗାଁରେ ନେଟଓ୍ବର୍କ ଯୋଗୁ ପିଲାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏହି କ୍ରମରେ ଗୋଟିଏ ଗାଁର ପିଲାମାନେ ନେଟଓ୍ବର୍କ ପାଇଁ ୫୦ ଫୁଟ୍ ଉଚ୍ଚା ପାଣି ଟାଙ୍କି ଉପରେ ଚଢ଼ୁଛନ୍ତି। ତା’ପରେ ସେମାନଙ୍କୁ ଅନଲାଇନ୍ କ୍ଲାସ୍ କରିବାର ସୁଯୋଗ ମିଳେ।

ଗୁଜରାଟର ତ୍ରାଣାଜା ଗାଁରେ ସବୁଦିନ ସକାଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ସ୍କୁଲର ଜଣେ ଶିକ୍ଷକ ଆସିଲେ ବି ସବୁ ବିଷୟ ନ ପଢ଼ାଇ ପାରି ନଥାନ୍ତି। କାରଣ ନେଟଓ୍ବର୍କ ହିଁ ରହେ ନାହିଁ। ସେଥିପାଇଁ ସେ ପିଲାଙ୍କୁ ପାଣି ଟାଙ୍କିକୁ ନେଇ ଆସନ୍ତି। କିଛି ସମୟ ପାଣିଟାଙ୍କି ଉପରେ ବୁଲି ବୁଲି ପିଲାମାନେ ନେଟଓ୍ବର୍କ ଅପେକ୍ଷାରେ ରହନ୍ତି।

ନେଟଓ୍ବର୍କ ଆସିଲେ କେତେବେ​‌ଳେ ପଢ଼ା ହୁଏତ ପୁଣି ନାହିଁ। ତେବେ ପିଲାଙ୍କୁ ସବୁଦିନ ଏ ଅସୁବିଧାର ସାମ୍ନା କରୁଥିଲେ ମଧ୍ୟ ଜୀବନକୁ ବିପଦରେ ପକାଇ ପାଣିଟାଙ୍କି ଉପରୁ ଚଢ଼ିବାରୁ ବାଦ୍ ପଡନ୍ତି ନାହିଁ। ଏ ସସମ୍ୟା ପାଇଁ ପଞ୍ଚାୟତ ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ମାତ୍ର ସମସ୍ୟାର ସମାଧାନ ଏଯାଏଁ ହୋଇପାରି ନାହିଁ। ଏବେ ବି ପିଲାମାନେ ଟାଙ୍କି ଉପରେ ଚଢ଼ୁଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ଏ ସମସ୍ୟା ଯୋଗୁଁ ୮୦ ପ୍ରତିଶତ ଅନଲାଇନ୍ ପଢ଼ା ଛାଡି ଦେଇଛନ୍ତି। ଏହା ସତ୍ବେ ମଧ୍ୟ ଏହାର କୌଣସି ବିକଳ୍ପ ଏଯାଏଁ ବାହାର କରାଯାଇ ନାହିଁ।

   Related Posts