ମୋଦି ୧୭ ଘଣ୍ଟା ଧରି ଧ୍ୟାନରେ ବସିଥିବା ଧ୍ୟାନ ଗୁମ୍ଫା ପାଇଁ ଆରମ୍ଭ ହୋଇଛି ଅନଲାଇନ ବୁକିଙ୍ଗ

Published By : Prameya-News7 Bureau | May 21, 2019 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୭ ଘଣ୍ଟା ଏକାନ୍ତବାସକୁ ବଢିବାରେ ଚାଲିଛି ଚର୍ଚ୍ଚା । ଧ୍ୟାନ ଗୁମ୍ଫାକୁ ନେଇ ହେଉଛି ଚର୍ଚ୍ଚା । ଧ୍ୟାନ ଗୁମ୍ଫାର ଗଢୱାଲ ମଣ୍ଡଲ ବିକାଶ ନିଗମ ଅନଲାଇନ ବୁକିଙ୍ଗ ଆରମ୍ଭ କରିଛି । ଅନଲାଇନ ବୁକିଙ୍ଗ କରିବା ଇଚ୍ଛୁକ ଲୋକଙ୍କ ପାଇଁ ବିକାଶ ନିଗମ ନିଜ ୱେବସାଇଟରେ ଦିଗ ନିର୍ଦେଶ ଜାରି କରିଛି । ଗୁମ୍ଫାରେ ଧ୍ୟାନ କରିବା ପାଇଁ ଅନଲାଇନ ବୁକିଙ୍ଗ କରାଯାଉଛି ।

{"id":114257}

ଗତ ବର୍ଷ ସରକାର କେଦାରନାଥ ପୁନଃନିର୍ମାଣ ଅନ୍ତର୍ଗତ ଭୈରବନାଥ ମନ୍ଦିର ସାମ୍ନାରେ ଥିବା ଏହି ପ୍ରାଚୀନ ଗୁମ୍ଫାକୁ ଧ୍ୟାନ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧନା ପରେ ଦୁନିଆର ବିଭିନ୍ନ ସ୍ଥାନରୁ ଏହି ଗୁମ୍ଫା ସମ୍ପର୍କରେ ଲୋକେ ଫୋନରେ ସୂଚନା ମାଗୁଛନ୍ତି ।  

{"id":114258}

ମିଡିଆ ରିପୋର୍ଟ ଅନୁଯାୟୀ, ଗଢୱାଲ ମଣ୍ଡଲ ବିକାଶ ନିଗମର ମହାପ୍ରବନ୍ଧକ ବି.ଏଲ୍ ରାଣା କହିଛନ୍ତି ଯେ, ନିଗମ ଗୁମ୍ଫାର ଅଲଗା ଅଲଗା ଫଟୋ ଏବଂ ଉପଲବ୍ଧି ସୁବିଧା ସମ୍ପର୍କରେ ୱେବସାଇଟରେ ଡାଟା ଅପଲୋଡ୍ କରିଛନ୍ତି । ଗୁମ୍ଫା ପାଇଁ ନିଗମ ପ୍ରତିଦିନ ୯୯୦ ଟଙ୍କା ଶୁଳ୍କ ନେବ । ସର୍ବାଧିକ ଏଠାରେ ୩ ଦିନ ପାଇଁ ବୁକିଙ୍ଗ କରାଯାଉଛି । ଅଧିକ ଦିନ ପାଇଁ ପୁଣି ବୁକିଙ୍ଗ କରିବାକୁ ପଡିବ ।

{"id":114259,"align":"center","width":581,"height":306}

ଗଢୱାଲ ମଣ୍ଡଲ ବିକାଶ ନିଗମ ଧ୍ୟାନ ଗୁମ୍ଫା ବୁକିଙ୍ଗ କରୁଥିବା ଲୋକଙ୍କ ପାଇଁ ଗୁପ୍ତକାଶୀରେ ମେଡିକାଲ ସୁବିଧା ମଧ୍ୟ କରିଛି । ଏଠାରେ ମେଡିକାଲ ଚେକଅପ୍ ପରେ ପର୍ଯଟକଙ୍କୁ ଏହି ଗୁମ୍ଫାରେ ଧ୍ୟାନ କରିବା ପାଇଁ ଅନୁମତି ଦିଆଯିବ । ଏଥିପାଇଁ ପର୍ଯଟକଙ୍କୁ ୨ ଦିନ ପୁର୍ବରୁ ଗୁପ୍ତକାଶୀରେ ମେଡିକାଲ ଚେକଅପ୍ କରାଇବାକୁ ପଡିବ ।

{"id":114260}

ଧ୍ୟାନ ଗୁମ୍ଫାରେ ବିଜୁଳି ଓ ପାଣି ସୁବିଧା ମଧ୍ୟ ରହିଛି । ଏହାଛଡା ସକାଳ ଚା, ଜଳଖିଆ, ଦ୍ୱିପ୍ରହର ଭୋଜନ, ସନ୍ଧ୍ୟା ଚା ଏବଂ ରାତ୍ରି ଭୋଜନ ଦିଆଯିବ । ଏହାଛଡା ଗୁମ୍ଫାର ଷ୍ଟାଫ୍ ୨୪ ଘଣ୍ଟା ସେବା ପାଇଁ ପ୍ରସ୍ତୁତ ରହିବେ । ଏଥିପାଇଁ ଲୋକାଲ୍ ଫୋନ୍ ବ୍ୟବସ୍ଥା ମଧ୍ୟ ଦିଆଯାଇଛି ।

{"id":114261}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.