ବଢ଼ିଲା OJEE ଅନ୍ଲାଇନ୍ ଆବେଦନ ତାରିଖ, ଜୁଲାଇ ୨୫ ଯାଏଁ ବଢିଲା ଅବଧି
9/07/2020 at 9:56 AM

ଭୁବନେଶ୍ୱର ୦୯।୦୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଆବେଦନକୁ ପୁଣି ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ଅନଲାଇନ୍ ଆବେଦନ କରିବା ପାଇଁ ଓଜେଇଇର ୱେବ ପୋର୍ଟାଲ୍ ଖୋଲାଯାଇଛି । ଛାତ୍ରଛାତ୍ରୀମାନେ ବି ଫାର୍ମ/ଏମବିଏ/ଏମସିଏ/ଏମଟେକ୍ /ଏମଟେକ୍ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଏସବୁ ପାଠ୍ୟକ୍ରମଗୁଡିକ ପଢ଼ିବା ପାଇଁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ସେହିପରି ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେ ଫି’ଦାଖଲ କରିହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍ କୁମାର ଚାନ୍ଦ କହିଛନ୍ତି । ତେବେ ପରୀକ୍ଷା ବାବଦରେ ବିସ୍ତୃତ ସୂଚୀ ଓ ଆଡମିଟ୍ କାର୍ଡ଼ ବାବଦରେ ସୂଚନା ଆସନ୍ତା ୩୧ ତାରିଖ ପରେ ଘୋଷଣା କରାଯିବ । କରୋନା ପରିସ୍ଥିତିକୁ ସମୀକ୍ଷା କଲା ପରେ ତାହା ଜାରି କରାଯିବ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି ।