Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଇନ୍ଧନ ଓ ଖାଇବା ତେଲ ପରେ ଏବେ କନ୍ଦାଇବ ପିଆଜ, ଦୀପାବଳି ପରେ ବଢିବ ଦାମ୍ !

19/10/2021 at 10:39 PM

ନୂଆଦିଲ୍ଲୀ ୧୯।୧୦: ଇନ୍ଧନ, ଖାଇବା ତେଲ ଏବଂ  ପନିପରିବା ମହଙ୍ଗା ମାଡରେ ଜନତା  ବେହାଲ। ଜନତାଙ୍କ କଷ୍ଟ ଏତିକିରେ ସରୁନାହିଁ, ଆଗକୁ ଆହୁରି କନ୍ଦାଇବାକୁ ଆସୁଛି ପିଆଜ। ଯଦି ଆଗାମୀ ସମୟରେ ଅନିୟମିତ ବର୍ଷା ଜାରି ରହେ ତେବେ ପିଆଜ ମୂଲ୍ୟ ବଢିପାରେ।

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦୀପାବଳି ପର୍ଯ୍ୟନ୍ତ ପିଆଜ ଦର ସ୍ଥିର ରହିବାର ସମ୍ଭାବନା ରହିଛି। କିନ୍ତୁ ଦୀପାବଳି ପରେ ଦର ବୃଦ୍ଧି ଘଟିପାରେ। ବ୍ୟବସାୟିକଙ୍କ ଅନୁଯାୟୀ, ଅନିୟମିତ ବର୍ଷା ଏବଂ ଆର୍ଦ୍ରତା କାରଣରୁ ପିଆଜ ଦର ପ୍ରଭାବିତ ହୋଇପାରେ। ଯଦି ଆଗାମୀ ଦିନରେ ପାଣିପାଗ ଖରାପ ରହେ ତେବେ ପିଆଜ ଦାମ୍ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ପାଣିପାଗ ଅନୁକୂଳ ରହିଲେ ଦୀପାବଳି ପର୍ଯ୍ୟନ୍ତ ଦାମ୍ ସ୍ଥିର ରହିପାରେ।

ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଅନେକ ମହାନଗରରେ ପିଆଜ କିଲୋ ପିଛା ୬୦ ଟଙ୍କା ରହିଛି। ଭୁବନେଶ୍ଵରର ବିଭିନ୍ନ ବଜାରରେ ପିଆଜ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଗତ ଗୋଟିଏ ମାସରେ ପିଆଜ ଦାମ ବୃଦ୍ଧି ଘଟିଛି। ନାସିକର ଲାସଲଗାଓଁ ବଜାରରେ ପିଆଜର ହୋଲସେଲ୍ ମୂଲ୍ୟ କିଲୋ ପିଛା ସେପ୍ଟେମ୍ବର ୧୬ରେ ୧୪.୭୫  ଟଙ୍କା ରହିଥିଲା, ଯାହା ଏବେ ବଢି ଅକ୍ଟୋବର ୧୬ ବେଳକୁ ୩୩.୩୦ ଟଙ୍କାରେ ପହଞ୍ଚିଛି।

ଖାଦ୍ୟ, ସାର୍ବଜନୀନ ବିତରଣ ଏବଂ ଉପଭୋକ୍ତା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ଏକ ମାସରେ ପିଆଜ ଓ ଟମାଟରର ଖୁଚୁରା ମୂଲ୍ୟ ଅହେତୁକ ବୃଦ୍ଧି ଘଟିଛି। ଦିଲ୍ଲୀରେ ପିଆଜର ଦାମ୍ ସେପ୍ଟେମ୍ବରରେ କିଲୋ ପିଛା ୩୩ ଟଙ୍କା ଥିଲା ଯାହା ଏବେ ବଢି ୪୭ ଟଙ୍କାରେ ପହଞ୍ଚିଛି। ଟମାଟରର ମଧ୍ୟ ସେହି ସମାନ ଅବସ୍ଥା। ଏକ ମାସ ପୂର୍ବେ କିଲୋ ପ୍ରତି ୨୮ ଟଙ୍କାରେ ବିକ୍ରି  ହେଉଥିବା ଟମାଟରର ପାଖାପାଖି ୬୦ ଟଙ୍କାରେ ବିକ୍ରି ହେଉଛି।

   Related Posts