ଇଜିପ୍ଟରୁ ବିମାନରେ ଓଡ଼ିଶା ଆସିବ ପିଆଜ – ଦର କମିବା ସମ୍ଭାବନା
25/11/2019 at 4:48 PM

ଭୁବନେଶ୍ୱର ୨୫।୧୧ – ଓଡ଼ିଶାକୁ ବିମାନରେ ପିଆଜ ଆସିବ । ତାହା ପୁଣି ସୁଦୁର ଇଜିପ୍ଟରୁ । ଏବେ ପିଆଜ ଦର ହୁ ହୁ ହୋଇ ବଢୁଥିବାରୁ ଇଜିପ୍ଟରୁ ପିଆଜ ଆମଦାନୀ କରାଯିବ । କାର୍ଗୋ ବିମାନରେ ପିଆଜ ଭୁବନେଶ୍ୱର ଆସିବ । ଏହି ପିଆଜ ଆସିଲେ ଦର ୫ରୁ ୧୦ ଟଙ୍କା କମିଯିବ ।

ବର୍ଷା ଓ ବନ୍ୟା ଯୋଗୁଁ ଆନ୍ଧ୍ର ଓ ମହାରାଷ୍ଟ୍ରରେ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା । ନାସିକୁ ପିଆଜ ଆମଦାନୀ କମିଥିଲା । ଏଥିପାଇଁ ସାରାଦେଶରେ ପିଆଜ ସଙ୍କଟ ଦେଖା ଦେଇଛି ।

ଇଜିପ୍ଟିରୁ ପିଆଜ ଆସିବ ବୋଲି ବ୍ୟବସାୟୀ ସଂଘ ଓ ଯୋଗାଣ ସଚିବଙ୍କର ବୈଠକ ବସିଥିଲା । ଇଜିପ୍ଟିରୁ ପିଆଜ ଆମଦାନୀ ନେଇ ଏଥିରେ ନିଷ୍ପତ୍ତି ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021