Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

୨୫ ଟନ୍‌ ପିଆଜ ବୋଝେଇ ଟ୍ରକ୍‌ ଗାଏବ, ଖୋଜୁଛି ପୋଲିସ୍‌

30/10/2020 at 9:44 PM

ନୂଆଦିଲ୍ଲୀ ୩୦/୧୦: ବଜାରରୁ ଏବେ ପିଆଜ କିଣିବା ମନା ! ପିଆଜ ଦାମ ଶୁଣିଲେ ଗ୍ରାହକ ଖାଲି ହାତରେ ଫେରିଯାଉଥିବା ଦେଖିବାକୁ ମିଳିଛି। ପିଆଜ ଦର ଶତକ ଛୁଇଁବାକୁ ବସିଲାଣି। ସୁନା ଗହଣା ଚୋରି ହେଲା ପରି ଏବେ ପିଆଜ ଚୋରି ମଧ୍ୟ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଏକ ୨୫ ଟନ୍‌ ପିଆଜ ବୋଝେଇ ଟ୍ରକ୍‌ ଗାଏବ ହୋଇଯାଇଛି। ଏନେଇ ଥାନା​‌ରେ ଅଭିଯୋଗ କରିଛନ୍ତି ବେପାରୀ।

ତେବେ କୋଚିର ବେପାରୀ ମହମ୍ମଦ ସିୟାଦ ମହାରାଷ୍ଟ୍ରର ଅହମଦନଗରରୁ ୨୫ ଟନ୍‌ ପିଆଜ କିଣିବା ପରେ ପିଆଜ ଆଣିବାକୁ ଟ୍ରକ୍‌ ଠିକ୍‌ କରିଥିଲେ। ମହାରାଷ୍ଟ୍ରରୁ କୋଚି ପହଞ୍ଚିବାକୁ ଟ୍ରକ୍‌କୁ ଗୋଟିଏ ସପ୍ତାହ ଲାଗେ। କିନ୍ତୁ ସପ୍ତାହେରୁ ଅଧିକ ସମୟ ବିତିଥିଲେ ହେଁ ଟ୍ରକ୍‌ ପହଞ୍ଚିନଥିବା ଥାନାରେ ଅଭିଯୋଗ କରିଛନ୍ତି ମହମ୍ମଦ।

ଅନ୍ୟପଟେ ବେପାରୀ ଜଣଙ୍କ ଶ୍ରିମକ ସହକାରୀ ସମିତିକୁ ଫୋନ୍‌ କରି ବୁଝିବା ପରେ ସେମାନେ କହିଲେ ଟ୍ରକ୍‌ ସେପ୍ଟେମ୍ବର ୨୫ରୁ ମହାରାଷ୍ଟ୍ର ଛାଡ଼ିସାରିଛି। କିନ୍ତୁ ଏବେ ଯାଏ ଟ୍ରକ୍‌ ଡ୍ରାଇଭରଙ୍କ ଫୋନ୍‌ ବନ୍ଦ ରହିଥିବା ମହମ୍ମଦ କହିଛନ୍ତି। ତେବେ ପିଆଜର ମୂଲ୍ୟ ଏବେ ପାଖାପାଖି ୫୦ ଲକ୍ଷ ହେବ। ଏହାସହ ଶ୍ରିମକ ସହକାରୀ ସମିତି ପିଆଜ ଲୋଡିଂ ବେଳର ଫଟୋ ପଠାଇଛି। ତେବେ ପୋଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଟ୍ରକ୍‌ ଡ୍ରାଇଭର ନାଁରେ ଆଗରୁ ବହୁ ମାମଲା ଥାନାରେ ରହିଛି। ତେବେ ଡ୍ରାଇଭର ପିଆଜ ଗାଏବ କରିଥିବା ସନ୍ଦେହ କରାଯାଉଛି।

   Related Posts