କିଏ ଦାୟୀ ? ଓଡିଶା ଚାଷୀ କିଲୋପିଚ୍ଛା ୬ଟଙ୍କାରେ ବିକିଥିଲେ ପିଆଜ, ଏବେ କିଣୁଛନ୍ତି ୬୦ରେ, ଆରମ୍ଭ ହେଲା ରାଜନୀତି

Published By : Prameya-News7 Bureau | September 30, 2019 IST

ଭୁବନେଶ୍ବର/କଳାହାଣ୍ଡି୩୦|୯: ପିଆଜ ଚିନ୍ତା ସରକାରଙ୍କର ନିଦ ହଜାଇ ଦେଇଥିବା ବେଳେ ଏବେ ସରକାର କେମିତି ଦର ନିୟନ୍ତ୍ରଣ କରିବେ ସେହି ଚିନ୍ତାରେ ।ଅନ୍ୟପକ୍ଷରେ ପିଆଜ ପାଇଁ ରାଜ୍ୟ ସରକାର କେନ୍ଦ୍ର  ଉପରେ ନିର୍ଭର  କରୁଥିବା  ବେଳେ  ଏବେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଲଦିଛନ୍ତି । କିନ୍ତୁ କଳାହାଣ୍ଡିର ଚାଷୀ ଦିନେ ଯେଉଁ ପିଆଜକୁ ୬ରୁ ୧୦ ଟଙ୍କାରେ ବିକ୍ରି କରିଥିଲା ଏବେ ତାକୁ ୬୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି ।

{"id":164741}

ଏ ହେଉଛି କଳାହାଣ୍ଡିର ସେହି ପିଆଜ ଯାହାକୁ ଦିନେ ଚାଷୀ କିଲୋ ପିଛା ୬ରୁ ୧୦ରୁ ଟଙ୍କାରେ ବିକ୍ରି କରିଦେଇଥିଲେ ।ଗତବର୍ଷ କଳାହାଣ୍ଡିର ଚାଷୀ ୨୪୬୦ ହେକ୍ଟର ଜମିରେ ପିଆଜ ଚାଷ କରିଥିଲେ ।ସରକାରୀ ତଥ୍ୟ ଅନୁସାରେ ୩୮ ଶହ ଟନ୍‌ ପିଆଜ ଅମଳ ହୋଇଥିଲା ।

{"id":164742}

ହେଲେ କଳାହାଣ୍ଡି ଜିଲ୍ଲାରେ ପିଆଜ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ଛତିଶଗଡ଼ ଓ ଆନ୍ଧ୍ରର ବେପାରୀଙ୍କୁ ପିଆଜ କିଲୋ ୬ରୁ ୧୦ ଟଙ୍କାରେ ବିକ୍ରି କରିଦେଇଥିଲେ ।ହେଲେ ଆଜି ସେହି ପିଆଜ ବଜାରରେ ୬୦ ଟଙ୍କାରେ ବିକ୍ରି ହେଉଛି ।ଏଥିଯୋଗୁଁ ଚାଷୀର ପଖାଳ କଂସାରୁ ଏବେ ପିଆଜ ଗାଏବ ।…

{"id":164743}

ପିଆଜ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ ।ଏପଟେ ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ ଥିବା Price Stabisation Fundର ସଠିକ୍‌ ବିନିଯୋଗ କରିପାରୁନାହାନ୍ତି ।Price Stabilisation Fundରେ ୭୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର କରୁଥିବା ବେଳେ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ବହନ କରିବା କଥା ।

{"id":164745}

କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଆଗ୍ରହ ଦେଖାଉନଥିବା ବିଜେପି ଅଭିଯୋଗ କରିଛି ।ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ପିଆଜ ରପ୍ତାନୀକୁ ଏବେ କାହିଁକି ବନ୍ଦ କରିଛନ୍ତି ।ଆଗରୁ ଏହାକୁ କାହିଁକି ବନ୍ଦ କରାଯାଇନଥିଲା ।…

{"id":164746}

ପ୍ରଶ୍ନ ଉଠୁଛି ପିଆଜ ଦରବୃଦ୍ଧି ସ୍ବାଭାବିକ ନା କୃତ୍ରିମ ? ହୋଲସେଲ ଓ ରିଟେଲ ଦର ମଧ୍ୟରେ କେତେ ପାର୍ଥକ୍ୟ ରହିଛି ତାହାର ଯାଞ୍ଚ କରାଯାଉଛି କି? ଅସାଧୁ ବ୍ୟବସାୟୀଙ୍କ ଉପରେ କାହିଁକି ଏଯାଏଁ ଚଢ଼ାଉ ହୋଇନାହିଁ ? ଗ୍ରାହକଙ୍କୁ ଶସ୍ତାରେ ପିଆଜ ଯୋଗାଇବାକୁ ସରକାର କେବେ ପଦକ୍ଷେପ ନେବେ ?…

{"id":164748}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.