ରାସ୍ତାରେ ଗଡ଼ିଲା ପିଆଜ, ଲାଗିଲା ଲୋକଙ୍କ ଭିଡ଼!

Published By : Prameya-News7 Bureau | January 03, 2020 IST

ସମ୍ବଲପୁର୩/୧: ରାସ୍ତାରେ ଗଡ଼ିଲା ପିଆଜ । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କାରଣ । ପିଆଜ ଦର ଯେତେବେଳେ ଆକାଶ ଛୁଆଁ ସେତେବେଳେ କିଏ କାହିଁକି ରାସ୍ତାରେ ଫୋପାଡ଼ିବ ପିଆଜ । ଅବିଶ୍ବାସ ଲାଗୁଥିଲେ ମଧ୍ୟ ସତ । କାରଣ ସମ୍ବଲପୁର ଜିଲ୍ଲା ଅତାବିରା ନିକଟ ବେବାହାଲରେ ଘଟିଛି ଏମିତି କିଛି ଘଟଣା ।

{"id":206488,"sizeSlug":"large"}

ଏବେ ଆପଣ କିଛି କିଛି ବୁଝିସାରିବେଣି । କଥା କ'ଣ ପ୍ରକୃତ କଥା ହେଉଛି ସମ୍ବଲପୁରରୁ ଆସିଥିଲା। ଯେଉଁଥିରେ ଲୋକେ ରାସ୍ତାରୁ ପିଆଜ ଗୋଟାଇବାର ଦେଖିବାକୁ ମିଳିଥିଲା । କିଏ କାହିଁକି ଏପରି ରାସ୍ତାରେ ପିଆଜ ପୋପାଡ଼ିଥିଲା ଲୋକେ ଜାଣିନଥିଲେ କିନ୍ତୁ ଯିଏ ଯେମିତି ପାଇଲା ଗୋଟାଇ ନେବାରେ ଲାଗିଥିଲା ।

{"id":206490,"sizeSlug":"large"}

ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ରକୃତ କଥା ହେଉଛି ଗୋଟିଏ ଟ୍ରକରେ ପିଆଜ ଭର୍ତ୍ତି ହୋଇ ଯାଉଥିଲା । ଯେଉଁଥିରୁ ଗୋଟିଏ ବସ୍ତା ପଡ଼ିଯାଇଥିଲା । ଟ୍ରକଟି ଦ୍ରୁତ ଗତିରେ ଚାଲିଯାଇଥିଲା କିନ୍ତୁ ରାସ୍ତାରେ ପଡ଼ିଥିବା ପିଆଜକୁ ଗୋଟାଇବା ପାଇଁ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗୀତା । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.