Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ଖାଉଟିଙ୍କୁ ମିଳିଲା ସାମାନ୍ୟ ଆସ୍ବସ୍ତି : ଯୋଗାଣ ବିଭାଗ ତରଫରୁ ମୈତ୍ରୀ କାଉଁଣ୍ଟରରେ ଆରମ୍ଭ ହେଲା ପିଆଜ ବିକ୍ରି

8/11/2019 at 5:11 PM

କଟକ ୮।୧୧: ଗୁରୁବାର ସଂଧ୍ୟାରୁ ମୈତ୍ରୀ କାଉଁଣ୍ଟର ଗୁଡିକରେ ବିକ୍ରି ହେଉଛି ପିଆଜ । ପିଆଜ କିଲୋପ୍ରତି ଦର ରହିଛି ୪୯ ଟଙ୍କା । ଯୋଗାଣ ବିଭାଗ ତରଫରୁ ଖାଉଟିଙ୍କୁ ମୁଣ୍ଡ ପିଛା କିଲେରୁ ୨ କିଲୋ ପର୍ଯ୍ୟନ୍ତ ପିଆଜ ଯୋଗାଇ ଦେଉଛି । ତେବେ ମୈତ୍ରୀ କାଉଁଣ୍ଟରରେ ଯେଉଁ ସବୁ ପିଆଜ ମିଳୁଛି, ତାକୁ ନେଇ ଖାଉଟିମାନେ କିଛି ମାତ୍ରାରେ ଅସନ୍ତୁଷ୍ଟ ଅଛନ୍ତି । ତେଣେ ଆଉ କିଛି ଗ୍ରାହକଙ୍କ ମତରେ ଏଭଳି ପଦକ୍ଷେପ ବହୁ ଆଗରୁ ନେବାର ଥିଲା ।

ମହଙ୍ଗା ମାଡରେ ସନ୍ତୁଳି ହୋଇପଡିଥିବା କଟକର ଖାଉଟି ମାନଙ୍କୁ ସାମାନ୍ୟ ଆସ୍ବସ୍ଥି ମିଳିଛି । ଗୁରୁବାର ସଂଧ୍ୟାରୁ କଟକର ସମସ୍ତ ମୈତ୍ରୀ କାଉଁଣ୍ଟର ଗୁଡିକରେ ଆରମ୍ଭ ହୋଇଛି ପିଆଜ ବିକ୍ରି । ପିଆଜ କିଲୋପ୍ରତି ଦର ରହିଛି ୪୯ ଟଙ୍କା । ଯୋଗାଣ ବିଭାଗ ତରଫରୁ ଖାଉଟିଙ୍କୁ ମୁଣ୍ଡ ପିଛା କିଲେରୁ ୨ କିଲୋ ପର୍ଯ୍ୟନ୍ତ ପିଆଜ ଯୋଗାଇ ଦେଉଛି ।

ଖୁଚୁରା ବଜାରରେ ଏବେ ପିଆଜ ଦର କିଲୋ ପିଛା ୭୦ ଟପିଯାଇଛି । ଏଭଳି ସ୍ଥିତି ଆହୁରି କେତେଦିନ ପର୍ଯ୍ୟନ୍ତ ରହିବ, ତାଉପରେ କାହା ପାଖରେ କୌଣଷି ସୂଚନା ନାହିଁ । ସେହି ଦୃଷ୍ଟିରୁ ସରକାରୀ ଦରରେ ପିଆଜ ବିକ୍ରି ହେବାଟା ପ୍ରଶଂସନୀୟ ବୋଲି କୁହାଯାଇପାରେ । କିନ୍ତୁ ମୈତ୍ରୀ କାଉଣ୍ଟର ଗୁଡିକରେ ଯେଉଁ ସବୁ ପିଆଜ ମିଳୁଛି, ତାକୁ ନେଇ ଗ୍ରାହକ ମାନେ କିଛି ମାତ୍ରାରେ ନା ଖୁସ୍, କିଛି ଗ୍ରାହକଙ୍କ ମତରେ ସରକାର ଯେଉଁ ପଦକ୍ଷେପ ନେଲେ, ତାହା ବହୁତ ଆଗରୁ ନେବାରେ ଥିଲା । କାରଣ ଦରବୃଦ୍ଧିକୁ ନେଇ ଖାଉଟି ଯେତେ ମାତ୍ରାରେ ହନ୍ତସନ୍ତ ହେବାକଥା ତାହା ହୋଇ ସାରିଛନ୍ତି ।

ନାସିକ ହେଉ ଅବା ଆନ୍ଧ୍ର ସମସ୍ତ ସ୍ଥାନରେ ପିଆଜ ଉତ୍ପାଦନ ପ୍ରଭାବିତ ହେବା କାରଣରୁ ଦରବୃଦ୍ଧି ହେଉଛି ବୋଲି ସରକାର ସଫେଇ ଦେଉଛନ୍ତି । କିନ୍ତୁ ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡିଶା କାହିଁକି ଏଯାଏଁ ସ୍ବାବଲମ୍ବୀ ହୋଇ ପାରିନାହିଁ, ହୁଏତ ତାର ଉତ୍ତର ସରକାରଙ୍କ ପାଖରେ ଥିଲା ଭଲି ଲାଗୁନାହିଁ ।  

   Related Posts