୫ରୁ ୧୦ ଟଙ୍କା କମିବ ପିଆଜ ଦର – ଇଜିପ୍ଟିରୁ ପିଆଜ ଆମଦାନୀ କରିବାପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Published By : Prameya-News7 Bureau | November 25, 2019 IST

ଭୁବନେଶ୍ୱର  ୨୫। ୧୧ -  କେବେ ପିଆଜ ଦର ଉପରେ ଲାଗିବ ଲଗାମ ? ସେଇ ଚିନ୍ତାରେ ଏବେ ଖାଉଟି । କାରଣ ଦୈନିକ ଯେମିତି ପିଆଜ ଦର ବଢି ଚାଲିଛି ତାହା ସାଧାରଣ ଖାଉଟିଙ୍କୁ କଲବଲ କଲାଣି । କେଉଁଠି ୯୦ ତ କେଉଁଠି ୯୫ ଟଙ୍କାରେ ବ୍ରିକ୍ରି ହେଉଛି । ସରକାର ମୈତ୍ରୀ ଷ୍ଟୋର ଜରିଆରେ ସୁଲଭ ମୂଲ୍ୟରେ ପିଆଜ ବିକୁଥିବା କହୁଛନ୍ତି ସତ, ହେଲେ ତାହା ଯେମିତି ସମୁଦ୍ରକୁ ସଂଖେ ।

{"id":189747,"sizeSlug":"large"}

କଲବଲ କଲାଣି ପିଆଜ । ଦର ଉପରେ ଲାଗି ପାରୁନି ନିୟନ୍ତ୍ରଣ । ପ୍ରତିଦିନ ବଢି ଚାଲିଛି । ସ୍ଥିତିରେ ତୁରନ୍ତ ସୁଧାର ନଆସିଲେ ପିଆଜ ଦର ଶହେ ଛୁଇଁବାକୁ ବେଶୀଦିନ ଲାଗିବନି । ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୯୦ ଟଙ୍କାରେ ବିକ୍ରି ହେଉଛି । କୁବେରପୁରୀରେ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ନୂଆ ପିଆଜର ପାଇକାରୀ ଦର ୬୫ ରୁ ୭୪ ଟଙ୍କା ମଧ୍ୟରେ ରହିଛି । କଟକରେ ମଧ୍ୟ ୧୦୦ ପାଖାପାଖି ପିଆଜ ।

{"id":189749,"sizeSlug":"large"}

ଛତ୍ର ବଜାରରେ ପିଆଜ ୮୦ ରୁ ୮୫ ଟଙ୍କା ରହିଛି । ଖୁଚୁରା ବଜାରରେ ଏହା ୧୦ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବଢିଯାଉଛି । ଦରବୃଦ୍ଧି ସମୟରେ ବିକ୍ରି ହ୍ରାସ ପାଇଥିବା ବେଳେ ନୂଆ ପିଆଜ ଶୀଘ୍ର ପଚି ଯାଉଥିବାରୁ ବେପାରୀ ଅଧିକ ପିଆଜ ମଗାଇବାକୁ ଡରୁଛନ୍ତି ।

{"id":189750,"sizeSlug":"large"}

ପିଆଜ ଦର ହୁ ହୁ ବଢି ଚାଲିଥିବା ବେଳେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି କରାଯାଉଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ନଜର ପକାନ୍ତୁ ଏ ତାଲିକା ଉପରେ । କେଉଁଠି କେତେ ଦାମ୍ ରେ ମୈତ୍ରି ଦୋକାନରେ ପିଆଜ ବିକ୍ରି ହେଉଛି । ଅନୁଗୁଳରେ ୬୫, ବଲାଙ୍ଗିରରେ ୬୦, ମାଲକାନଗିରିରେ ୫୦, କଳାହାଣ୍ଡିରେ ୬୨, କଟକରେ ୭୦, ଖୋର୍ଧାରେ ୭୦, ପୁରୀରେ ୬୫, ଢେଙ୍କାନାଳରେ ୭୭, ଭଦ୍ରକରେ ୭୫, ନୟାଗଡରେ ୭୫ ଟଙ୍କାରେ ସରକାର ପିଆଜ ବିକୁଛନ୍ତି । ରାଜ୍ୟରେ ମୋଟ୍ ୨୨୭ ଟି ମୈତ୍ରୀ ଷ୍ଟୋର ଖୋଲିଥିବା କୁହାଯାଇଛି । କିନ୍ତୁ ଏହା ସମୁଦ୍ରକୁ ସଂଖେ । ଅର୍ଥାତ୍ ଏହା ଖାଉଟିଙ୍କ ଚାହିଦା ପୂରଣ କରିବାରେ ଆଦୌ ଯଥେଷ୍ଟ ନୁହେଁ ।

ଇଜିପ୍ଟିରୁ ପିଆଜ ଆମଦାନୀ କରିବାକୁ ଯୋଜନା କରୁଛନ୍ତି ସରକାର । ବ୍ୟବସାୟୀ ସଂଘ ଏବଂ ଯୋଗାଣ ସଚିବଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଇଜିଫ୍ଟରୁ ପିଆଜ ପହଞ୍ଚିବା ପରେ କିଲୋ ପିଛା ଦର ୫ ରୁ ୧୦ ଟଙ୍କା କମିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.