Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସେଞ୍ଚୁରି ଛୁଇଁବାକୁ ବସିଲାଣି ପିଆଜ ଦର: ଗରିବ-ମଧ୍ୟବିତ୍ତ ହନ୍ତସନ୍ତ, ସରକାର ଏବଂ ପ୍ରଶାସନ ଚୁପ୍

29/10/2020 at 4:13 PM

ଗଜପତି୨୯/୧୦: ସେଞ୍ଚୁରୀ ଛୁଇଁବାକୁ ବସିଲାଣି ପିଆଜ ଦର। ଗଜପତି ଜିଲ୍ଲାରେ ବର୍ତ୍ତମାନ ପିଆଜ ଦର ୮୦ ରୁ ୯୦ ଟଙ୍କା ବିକ୍ରି ହେଉଛି । କେବଳ ଗଜପତି ନୁହେଁ, ସାରା ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବୃଦ୍ଧି ପାଉଛି। ଯାହାର ପ୍ରଭାବ ସିଧା ସଳଖ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଉପରେ ପଡୁଛି। ପିଆଜ ଦର ନିୟନ୍ତ୍ରଣ ନ ହେଲେ ଦିନ ମଜୁଆରି ଏବଂ ଖଟିକିଆ ଲୋକ ଏଭଳି ଭାବେ ହନ୍ତସନ୍ତ ହେବେ। ଦିନକୁ ଦିନ ପିଆଜ ଦର ଆକାଶ ଛୁଆଁ ହେଲାଣି। ପିଆଜ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସ୍ବଳ୍ପ ରୋଜଗାର କରୁଥିବା ଜଣେ ମଣିଷ ଅଧା କିଲୋ ପିଆଜ କିଣି ଖାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି।

ସେପଟେ ବ୍ୟବସାୟୀଙ୍କ କହିବା କଥା ହେଲା ଗଜପତି ଜିଲ୍ଲାକୁ ହାଇଦ୍ରାବାଦ କିମ୍ୱା ବେଙ୍ଗାଳୁରୁର ପିଆଜ ଆସିଥାଏ। ଯାହା ସେପଟେ ବନ୍ୟା ଲାଗି ମାଲ ମିଳି ପାରୁ ନାହିଁ। ଯାହାଫଳରେ ଚଢା ଦରରେ ବ୍ୟବସାୟୀମାନେ ପିଆଜ କିଣି ବିକ୍ରି କରୁଛନ୍ତି। ପିଆଜ ଦରକୁ ନେଇ ପ୍ରଶାସନର କହିବା କଥା ହେଲା ବଜାର ଦର ପ୍ରତି ଅବଗତ ଅଛନ୍ତି। ଯେହେତୁ ପିଆଜ ଦର ଚାରିଆଡେ ବଢିଛି ତେଣୁ ପ୍ରଶାସନ କୌଣସି ପଦକ୍ଷେପ ନେଇପାରୁନାହିଁ ।

   Related Posts