ଭୁବନେଶ୍ୱର ୧୨।୧୨ -ଖସିଲା ପିଆଜ ଦର । କିଛି ଦିନ ହେଲା ବେଲଗାମ୍ ହୋଇପଡ଼ିଥିବା ପିଆଜ ଦର ଏବେ ୧୦୦ ତଳକୁ ଖସିଛି । ମାର୍କେଟରେ ଛୋଟ ପିଆଜ କିଲୋ ପ୍ରତି ୮୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଟିକେ ବଡ଼ ପିଆଜର ଦର ୮୫ରୁ ୯୦ଟଙ୍କା ପର୍ଯ୍ୟନ୍ତ ରହିଛି ।
ତଥାପି ଆବଶ୍ୟକତା ଅନୁସାରେ ପିଆଜ କିଣି ପାରୁନଥିବା ଗ୍ରାହକ ଅଳ୍ପ କିଛି ନେଇ କାମ ଚଳାଇବା ଚେଷ୍ଟାରେ ଅଛନ୍ତି । ଭୁବନେଶ୍ବର କୁବେରପୁରୀରେ ପିଆଜ ଦର ଆକାର ଅନୁସାରେ କୁଇଣ୍ଟାଲ ପିଚ୍ଛା ୫ହଜାର ୫୦୦ଟଙ୍କାରୁ ୮ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ମାର୍କେଟକୁ ନାସିକ୍ ପିଆଜ ନଆସିବା ପର୍ଯ୍ୟନ୍ତ ପିଆଜ ଦର ଉଚ୍ଚା ରହିବ ବୋଲି ବ୍ୟବସାୟୀ କହୁଛନ୍ତି ।