Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

୨ ନମ୍ବର ଦେଶରେ ପିଆଜ ଏବେ ୨୦୦ ଛୁଇଁବ

7/12/2019 at 12:06 PM

ନୂଆଦିଲ୍ଲୀ ୭/୧୨: ପିଆଜ ରପ୍ତାନୀ ଏବଂ ଆମଦାନୀ କରିବାରେ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ ଏବେ ଏପରି ସଙ୍କଟମୟ ପରିସ୍ଥିତି ଉପୁଜିଛି ଯେ ଭାରତକୁ ପିଆଜ ଆମଦାନୀ କରିବାକୁ ପଡ଼ୁଛି। ରାସ୍ତାଠୁ ସଂସଦ ଯାଏଁ ସବୁଠି ଖାଲି ପିଆଜକୁ ନେଇ ଜୋରଦାର ଚର୍ଚ୍ଚା। ଏବେ ପିଆଜର ଦାମ୍ ଏତେ ବଢ଼ିଲାଣି ଯେ ପିଆଜିରେ ବି ଆଉ ପିଆଜ ଦେଖିବାକୁ ମିଳୁନାହିଁ। ପିଆଜର ଦାମ୍ ୧୦୦ଟଙ୍କାରୁ ଏବେ ୨୦୦ଟଙ୍କା ଛୁଇଁବାକୁ ବସିଲାଣି।

କୁହାଯାଉଛି ଏବେ ପିଆଜ ଗ୍ରାହକଙ୍କୁ ଆହୁରି କନ୍ଦାଇବ। ଏଥିପାଇଁ ତାଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।

ଖରିଫ ଋତୁରେ ପିଆଜ ଫସଲ ଖରାପ ହେବା କାରଣରୁ ଉତ୍ପାଦନରେ ମଧ୍ୟ ସମସ୍ୟା ଉପୁଜିଛି। ଫଳରେ ପିଆଜର ମୂଲ୍ୟ ଆକାଶଛୁଆଁ ହୋଇଛି। ବଡ଼ ବଡ଼ ସହରରେ ପିଆଜର ମୂଲ୍ୟ ୧୫୦ଟଙ୍କାରୁ ଅଧିକ ହେଲାଣି। ଦେଶରେ ପିଆଜର ସର୍ବାଧିକ ମୂଲ୍ୟ ୧୬୫ଟଙ୍କା ହୋଇଯାଇଛି ବୋଲି କୁହାଯାଉଛି।

ସଂସଦ​ରେ ବୋଧହୁଏ ଏପରି କୌଣସି ଦିନ ଯାଇନାହିଁ,ଯେଉଁଦିନ ପିଆଜର ଦରଦାମ ମୁଦ୍ଦା ଉଠିନାହିଁ।

   Related Posts