Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାଜ୍ୟରେ ହୁ ହୁ ହୋଇ ବଢୁଛି ପିଆଜ ଦର, କିଲୋ ଛୁଇଁଲାଣି ୯୦ ଟଙ୍କା, କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳକୁ ଯୋଗାଣ ବିଭାଗର ଚିଠି

23/10/2020 at 6:49 PM

ଭୁବନେଶ୍ଵର ୨୩।୧୦:  ରାଜ୍ୟରେ ହୁହୁ ହୋଇ ବଢ଼ୁଛି ପିଆଜ ଦର । ଅକ୍ଟୋବର ପହିଲା ବେଳକୁ ଯେଉଁ ପିଆଜ ୪୦ ଟଙ୍କାରେ ମିଳୁଥିଲା, ଏବେ ତାହା ତିନି ଅଙ୍କ ଛୁଇଁବା ଉପରେ । ନାସିକରେ ଉତ୍ପାଦନ ଠପ୍‌ ଓ ବେଙ୍ଗାଲୁରୁରେ ବର୍ଷା ଯୋଗୁଁ ଓଡ଼ିଶାରେ ପହଞ୍ଚୁନି ପିଆଜ । ଫଳରେ ଏବେ ପିଆଜ ଶବ୍ଦ ଭୁଲିବାକୁ ବସିଲେଣି ଖାଉଟି । ସେପଟେ କଳାବଜାରୀ ରୋକିବାକୁ ଶୀଘ୍ର ଆକ୍ସନ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି କରିଛି ଯୋଗାଣ ବିଭାଗ ।


ପିଆଜ ପାଇଁ ସାଧାରଣତଃ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରିବାରୁ ପ୍ରତିବର୍ଷ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ନାସିକରେ ନୂଆ ପିଆଜ ଉତ୍ପାଦନ ହୋଇନଥିବା ବେଳେ ବେଙ୍ଗାଳୁରୁରେ ବର୍ଷା ଜାରି ରହିଛି । ଫଳରେ ଓଡ଼ିଶାକୁ ପିଆଜ ଆମଦାନୀ ବହୁତ କମ୍‌ ରହିଛି ବୋଲି ବ୍ୟବସାୟୀ କହିଛନ୍ତି।। ମାସ ଆରମ୍ଭରେ ୪୦ ଟଙ୍କା ଏବଂ ସପ୍ତାହ ଆଗରୁ ୫୦ ଟଙ୍କ ଥିବା ପିଆଜ ଦର ଏବେ ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି। ଯାଜପୁରରୁ ବ୍ରହ୍ମପୁର, ପୁରୀରୁ ରାଉରକେଲା((USE 4 WIN)) । ସବୁଠି ଏବେ ସେଞ୍ଚୁରୀମୁହାଁ ପିଆଜ ।

ସେପଟେ ପିଆଜ ଛୁଙ୍କ ଦେଇ ପଲିଟିକାଲ ମାଇଲେଜ୍‌ ନେବା ପାଇଁ ଆରମ୍ଭ ହୋଇଗଲାଣି କମ୍ପିଟିସନ । ଦରବୃଦ୍ଧି ନେଇ ଆରମ୍ଭ ହୋଇଛି ବ୍ଲେମ୍‌ଗେମ୍‌ । ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ପ୍ରାଇସ୍‌ ଷ୍ଟାବିଲାଇଜେସନ୍‌ ଫଣ୍ଡର ବ୍ୟବହାର କରୁନାହାନ୍ତି । ସେହପରି ଶୀତଳଭଣ୍ଡାର ନଥିବାରୁ ରାଜ୍ୟରେ ପିଆଜ ସଂରକ୍ଷଣ ହୋଇପାରୁନାହିଁ । ଯେଉଁଥିପାଇଁ ଏଭଳି ସମସ୍ୟା ହେଉଥିବା କହିଛି ବିଜେପି । କଂଗ୍ରେସ ମଧ୍ୟ ପିଆଜ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଧୁମ୍‌ ବର୍ଷିଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।

ଏସବୁ ଭିତରେ ପିଆଜର କଳାବଜାରୀ ଉପରେ ରୋକ୍‌ ପାଇଁ ଗତକାଲି ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଥିଲା ଯୋଗାଣ ବିଭାଗ । ସେହିପରି କେନ୍ଦ୍ର ସରକାର ମଧ୍ୟ ପିଆଜର ଆମଦାନୀ ଶୁଳ୍କ ଉପରେ ଉପରେ ରିହାତି ଦେଇଛନ୍ତି । ତେବେ ପିଆଜ ଦର ଉପରେ କେବେ ଲଗାମ ଲାଗୁଛି, ତାହା ଉପରେ ନଜର ।

   Related Posts