ପିଆଜ କିଲୋ ପିଛା ହ୍ରାସ ହେଲା ୫ରୁ ୧୦ ଟଙ୍କା, ଚଢ଼ା ଦରରେ ବିକ୍ରି କରୁଥିବା ବେପାରୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ୧୪/୧୧: ଗତ କିଛିଦିନ ଭିତରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଗତ ସପ୍ତାହରେ ଦିଲ୍ଲୀରେ ପିଆଜ କିଲୋ ପିଛା ୧୦୦ ଟଙ୍କାରେ ପହଞ୍ଚିଥିଲା। ପିଆଜ ଦର ଆକାଶ ଛୁଆଁ ଯୋଗୁଁ ଖାଉଟିମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ଏପରି କି ପିଆଜ ଦର ସରକାରଙ୍କ ଚିନ୍ତା କାରଣ ପାଲଟିଛି।

{"id":184177,"sizeSlug":"large"}

ଏ ନେଇ ବିଦେଶୀରୁ ପିଆଜ ଆମଦାନୀ ହେବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ନିଷ୍ପତ୍ତି କ୍ରମେ ବିଦେଶୀରୁ ପିଆଜ ଆମଦାନୀ ହୋଇ ଭାରତରେ ପହଞ୍ଚି ସାରିଛି। କିନ୍ତୁ କିଛି ପିଆଜ ବେପାରୀ ଏହି ମୌକାର ଫାଇଦା ଉଠାଇବା ପାଇଁ ଚାହୁଁଛନ୍ତି। ହେଲେ ଚଢ଼ା ଦରରେ ବିକ୍ରି କରୁଥିବା ବେପାରୀଙ୍କ ଉପରେ ଆୟକର ବିଭାଗ ଚଢ଼ଉ କରିଛି।

{"id":184179,"sizeSlug":"large"}

ସୂଚନା ଅନୁସାରେ ପିଆଜ କିଲୋ ପିଛା ୫ରୁ ୧୦ ଟଙ୍କା ହ୍ରାସ ହୋଇଛି। ସୋମବାର ପିଆଜ ବେପାରୀଙ୍କ ଉପରେ ଆୟକର ବିଭାଗ ଚଢ଼ଉ କରିଛି। ରାଜଧାନୀ ଦିଲ୍ଲୀରେ ପିଆଜ ଦର ହ୍ରାସ ପାଇବା ସହ ଦେଶର କିଛି ସ୍ଥାନରେ ପିଆଜ ଦର ହ୍ରାସ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.