ଦୁଇଗୁଣ ହେଲା ପିଆଜ ଦର ,ସରକାର ଗ୍ରହଣ କଲେ ଏହି ପଦକ୍ଷେପ

Published By : Prameya-News7 Bureau | August 21, 2019 IST

ନୂଆଦିଲ୍ଲୀ ୟ- ପିଆଜ ଦର ଏବେ ଅହେତୁକ ବୃଦ୍ଧି ପାଇଛି । ଏହାର ଖୁଚୁରା ଓ ପାଇକାରୀ ଦର ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋପ୍ରତି ୩୦ ଟଙ୍କା ଛୁଇଁଲାଣି । ସାରା ଦେଶରେ ପିଆଜଦର ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପିଆଜ ଦର ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।

ଦିଲ୍ଲୀରେ ଏବେ  ସଫଲ ଷ୍ଟୋରମାନଙ୍କର ପିଆଜ ଦର କିଲୋପ୍ରତି ୨୩.୯୦ ପଇସା ରହିଛି । ଖୁଚୁରା ବଜାରରେ ପିଆଜ ଦର ୩୦ରୁ ୪୦ ଟଙ୍କା  ରହିଛି ।

ପିଆଜ ଦର ବୃଦ୍ଧି ପାଇବା ପରେ ସରକାର କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ କେତକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପିଆଜକୁ କଳାବଜରୀ ରୋକିବା ପାଇଁ  ଲାଭଖୋର ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ।

 ଲାଭ ଆଶାରେ ବ୍ୟବସାୟୀମାନେ ଯେପରି ପିଆଜ ହୋର୍ଡିଂ କରିପାରିବେନାହିଁ ସେ ପ୍ରତି ଦୃଷ୍ଟି ରଖାଯାଇଛି ।

 ଏହାର ହୋର୍ଡିଂ କରୁଥିବା ବ୍ୟବସାୟୀଙ୍କ ନାମରେ ମାମଲା ରୁଜି କରିବା ପାଇଁ ନିର୍ଦେଶ ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.