Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ବଜାରରେ ଖୁବ ଶୀଘ୍ର କିଲୋ ପ୍ରତି ୩୦ ଟଙ୍କାରେ ମିଳିବ ପିଆଜ

24/10/2020 at 3:17 PM

ନୂଆଦିଲ୍ଲୀ ୨୪/୧୦ : ଖୁବ ଶୀଘ୍ର ବଜାରରେ ପିଆଜ ଦର ହ୍ରାସ ପାଇବ। NAFED ଏଥିପାଇଁ ଯୋଜନା କରୁଛି। NAFED ନିର୍ଦେଶକ ଅଶୋକ ଠାକୁର କହିଛନ୍ତି ଯେ ଆଗାମୀ ୧୦ ଦିନରେ ରାଜସ୍ଥାନରୁ ମଧ୍ୟ ପିଆଜ ଆମଦାନୀ କରିବାକୁ ଯୋଜନା କରାଯାଉଛି। ଏହାପରେ ପିଆଜ ଦର ହ୍ରାସ ପାଇବ। ଅପରପକ୍ଷରେ NAFED ନିଜ ଗୋଦାମରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଇବା ଆରମ୍ଭ କରିଛି। ସଫଳ ଷ୍ଟୋରରେ ମଧ୍ୟ ଶସ୍ତା ପିଆଜ ବିକ୍ରି କରାଯାଉଛି। NAFED ନିର୍ଦେଶକ କହିଛନ୍ତି ଯେ ପିଆଜ ଫସଲ ନଷ୍ଟ ହୋଇଯାଇଥିବାରୁ ପିଆଜ ଦର ବୃଦ୍ଧି ପାଇଥିବା ଜଣାପଡିଛି। ଖୁବ ଶୀଘ୍ର ପିଆଜ କିଲୋ ୨୧ ଟଙ୍କାରେ ଅନ୍ୟ ରାଜ୍ୟମାନଙ୍କୁ ପଠାଯିବ ବୋଲି ସେ କହିଛନ୍ତି। ଏହାପରେ ଟ୍ରାନ୍ସପୋର୍ଟ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ରାଜ୍ୟଗୁଡିକ ନିଜ ହିସାବରେ ମୂଲ୍ୟ ନିର୍ଧାରଣ କରି ପିଆଜ ବିକ୍ରି କରିପାରିବେ। NAFED ରୁ ପିଆଜ କିଲୋ ପ୍ରତି ୨୧ ଟଙ୍କାରେ କିଣି ରାଜ୍ୟ ୩୦ ଟଙ୍କାରେ ବିକ୍ରି କରିପାରିବ। ଦିଲ୍ଲୀ ସଫଳ ଷ୍ଟୋରରେ ପିଆଜ କିଲୋ ରାତି ୨୮ ଟଙ୍କାରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପାଖରେ ବଫର ଷ୍ଟକରେ କେବଳ ୨୫ ହଜାର ଟନ ପିଆଜ ଅଛି ଯାହା ନଭେମ୍ବର ପ୍ରଥମ ସପ୍ତାହ ଯାଏଁ ଶେଷ ହୋଇଯିବ। NAFED ର ପ୍ରବନ୍ଧ ନିର୍ଦେଶକ ସଂଜୀବ କୁମାର ଚଡ୍ଢା ଶୁକ୍ରବାର ଦିନ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଗତ କିଛି ସପ୍ତାହ ହେଲା ପିଆଜ ଦର କିଲୋ ପ୍ରତି ୭୫ ଟଙ୍କା ହୋଇଛି। ପିଆଜ ବଫର ଷ୍ଟକକୁ NAFED କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ ଓ ପ୍ରବନ୍ଧନ କରିଥାଏ ଯେପରି ଆବଶ୍ୟକ ପଡିଲେ ବ୍ୟବହାର କରାଯାଇପାରିବ। ଚଳିତ ବର୍ଷ NAFED ବଫର ଷ୍ଟକ ପାଇଁ ଏକ ଲକ୍ଷ ଟନ ପିଆଜ ସରକାରୀ ସ୍ଥରରେ କିଣିଥିଲା। ବର୍ତ୍ତମାନ ବୃଦ୍ଧି ପାଉଥିବା ପିଆଜ ଦର ଉପରେ ଲଗାମ ଲଗାଇବାକୁ ଏହାକୁ ବ୍ୟବହାର କରାଯାଉଛି।

   Related Posts