Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପୁଣି ପିଆଜ ଦର ଆକାଶଛୁଆଁ, ସୋସିଆଲ ମିଡିଆରେ ସରକାରଙ୍କୁ ମିମ୍ସ ମାଧ୍ୟମରେ ଘେରିଲେ ଲୋକେ

23/10/2020 at 1:29 PM

ନୂଆଦିଲ୍ଲୀ ୨୩/୧୦: ସାଧାରଣତଃ ନବରାତ୍ରି ଓ ଦୁର୍ଗାପୂଜା ସମୟରେ ପିଆଜ ଦାମ କମ୍ ଥାଏ। ମାତ୍ର ଏଥର ନବରାତ୍ରିରେ ମଧ୍ୟ ପିଆଜ ଦର ଆକାଶଛୁଆଁ ରହିଛି। କ୍ରମାଗତ ପିଆଜ ଦର ବଢ଼ୁଥିବାରୁ ସାଧାରଣ ଲୋକଙ୍କ ପକେଟ୍ ଉପରେ ଏହାର ପ୍ରଭାବ ପଡ଼ିଛି। କେବଳ ପିଆଜ ନୁହେଁ ଆଳୁ, ରସୁଣ ଦାମ ମଧ୍ୟ ଆକାଶଛୁଆଁ। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଗୁରୁବାର ପିଆଜ ମୂଲ୍ୟ ମୁମ୍ବାଇ ରିଟେଲରେ ୧୦୦ ଟଙ୍କା ପାର୍ କରିଛି।

ସେହିପରି ଚେନ୍ନାଇରେ ପିଆଜ ଗତକାଲି ୭୦-୯୦ ଟଙ୍କା, ଦିଲ୍ଲୀରେ ୫୦-୬୦ ଟଙ୍କା, କଲିକତାରେ ୬୦-୭୦ ଟଙ୍କା ଓ ଭୋପାଲରେ ୬୫ ଟଙ୍କାରେ ବିକ୍ରି ହୋଇଛି। ଅନ୍ୟପଟେ ଗତମାସରେ ବେଙ୍ଗାଲୁରୁରେ ୨୨ ଟଙ୍କାରେ କିଲୋ ପ୍ରତି ଏହା ବିକ୍ରି ହେଉଥିବା ବେଳେ ଏବେ କିଲୋ ପ୍ରତି ୮୮ ଟଙ୍କାରେ ବିକ୍ରି ହେଉଛି। ସେହିପରି ତିରୁବନ୍ତପୁରମରେ ପିଆଜ ୯୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି। ଗତ ସପ୍ତାହରେ ପିଆଜ ଦାମ କିଲୋ ପ୍ରତି ୮ ଟଙ୍କା ବଢ଼ିଥିଲା।

ପିଆଜ ଦାମ ବଢ଼ୁଥିବାରୁ ଏବେ ସୋସିଆଲ ମିଡ଼ିଆରେ ଏହାକୁ  ନେଇ ମିମ୍ସ ଦେଖିବାକୁ ମିଳିଛି। ଫନି ମିମ୍ସ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହା ସହ ପିଆଜର ଦାମକୁ ନେଇ ସୋସିଆଲ ମିଡ଼ିଆରେ ସେମାନେ କ୍ରୋଧ ବ୍ୟକ୍ତ କରିଛନ୍ତି।

ସରକାର ଗୋଟିଏ ଦିନ ପୂର୍ବରୁ ପିଆଜ ଦର ଉପରେ ନିୟନ୍ତ୍ରଣ ଆଣିବା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ବଜାରର ବର୍ତମାନ ସ୍ଥିତି ଦେଖି ଲାଗୁଛି ଆଗାମୀ ଦିନରେ ପିଆଜ ଦାମ କମି ନ ପାରେ।

   Related Posts