Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପିଆଜ କିଲୋ ୬୦: ଅଡୁଆରେ ଖାଉଟି, ଆଉ ସପ୍ତାହେ ରହିପାରେ ଏହି ଦର

21/02/2021 at 6:35 PM

ଭୁବନେଶ୍ୱର ୨୧/୦୨ : ହୁହୁ ବଢିଲାଣି ପିଆଜ ଦର । ଯେଉଁ ପିଆଜ ୨ ସପ୍ତାହ ତଳେ ୪୫ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୬୦ ରେ ପହଞ୍ଚିଲାଣି । ପିଆଜର ଅହେତୁକ ଦରବୃଦ୍ଧି ପାଇଁ ଖାଉଟି ହନ୍ତସନ୍ତ ହେଲେଣି । ତେବେ ବ୍ୟବସାୟୀଙ୍କ କହିବା କଥା ନାସିକରୁ ପିଆଜ ଆମଦାନୀ କମିଥିବାରୁ ରାଜ୍ୟରେ ପିଆଜ ଦର ବଢିଛି ।

ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ । ପିଆଜ କିଲୋ ରାଜ୍ୟର ଖୁଚୁରା ବଜାରରେ ୬୦ରେ ପହଞ୍ଚିଲାଣି । ୨ ସପ୍ତାହ ତଳେ ଏହା ୪୫ ରୁ ୫୦ ଟଙ୍କା ଥିଲା । ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ପଡିଲେଣି ଅଡୁଆରେ । ଯେଉଁଠି ଖାଉଟି କେଜିଏ ପିଆଜ କିଣୁଥିଲା ସେଠି ଏବେ ଅଧା କେଜିରେ କାମ ଚଲାଇବାକୁ ବାଧ୍ୟ ହେଉଛି । ତେବେ କାହିଁକି ଏଭଳି ହଠାତ୍ ବଢି ଚାଲିଛି ପିଆଜ ଦର ?  କୁହାଯାଉଛି ପିଆଜ ଅମଳ ହେଉଥିବା ନାସିକ୍‌ରେ ବର୍ଷା ହେବା କାରଣରୁ ଆମଦାନି କମିଯାଇଛି । ତେବେ ଏତେ ବର୍ଷା ହୋଇନି ଯେ ପିଆଜ ଦର ଏଭଳି ହୁହୁ ବଢିବ । ପିଆଜ ଦର ବୃଦ୍ଧି ପାଇଁ ନାସିକ୍‌ ର ବଡ ବ୍ୟବସାୟୀ ସଂସ୍ଥାଙ୍କ ହାତ ଥିବା ଅଭିଯୋଗ ହୋଇଛି

ଫେବ୍ରୁଆରୀ ମାସ ପିଆଜ ଅମଳର ଋତୁ । ଏହି ସମୟରେ ଖୁଚୁରା ବଜାରରେ ପିଆଜ କିଲୋ ପିଛା ୧୨ ରୁ ୧୪ ଟଙ୍କା ରହିବା କଥା । ହେଲେ ଏହା ଏବେ ୬୦ ଟଙ୍କାରେ ପହଞ୍ଚିବା ପଛରେ ଭିନ୍ନଭିନ୍ନ କାରଣ ଦର୍ଶାଉଛନ୍ତି ବ୍ୟବସାୟୀ । ନାସିକ୍‌ରୁ ଯେତିକ ପରିମାଣର ଗାଡି ଆସିବା କଥା ତାହା ଆସୁନାହିଁ । ନାସିକ୍‌ ହୋଲସେଲ୍‌ ବଜାରରେ ଏବେ ପିଆଜ ଦର କିଲୋ ପିଛା ୪୨ ଟଙ୍କାରେ କିଣିବାକୁ ପଡୁଛି । ପରିବହନ ହୋଇ ଆସିବା ପରେ ଏହା ୬୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି । ତେବେ ଉତ୍କଳ ବ୍ୟବସାୟୀ ସଂଘର ସଂପାଦକଙ୍କ କହିବା କଥା ପିଆଜ ଦର ଆଉ ସପ୍ତାହେ ପର୍ଯ୍ୟନ୍ତ ଏହି ଦର ରହିବ । ଏହାପରେ ୧୦ରୁ ୧୫ ଟଙ୍କା କମିଯିବାର ଆଶା ରହିଛି । ଦରବୃଦ୍ଧି କେବଳ ସାମୟିକ ବୋଲି ସେ କହିଛନ୍ତି 

ରାଜ୍ୟରେ ଉତ୍ପାଦିତ ପିଆଜ ଗଛିତ କରିବାର ସେତେଟା ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଅସାଧୁ ବ୍ୟବସାୟୀ ପିଆଜ ହୋଡିଂ କରି ଏହାର ଫାଇଦା ନେଉଛନ୍ତି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଲୋକେ ଦାବି ଉଠାଇଲେଣି

   Related Posts