Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ସାଧାରଣ ଜନତାଙ୍କୁ ଆଶ୍ବସ୍ତି: କିଲୋ ପ୍ରତି ୧୦ ଟଙ୍କା ଶସ୍ତା ହେଲା ପିଆଜ

26/10/2020 at 3:14 PM

ନୂଆଦିଲ୍ଲୀ ୨୬/୧୦ : ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ପରେ ପିଆଜ ଦର ପାଖାପାଖି ୧୦ ଟଙ୍କା କମିଛି। ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇର ପିଆଜ ମଣ୍ଡିରେ ଦର କିଲୋ ପ୍ରତି ପାଖାପାଖି ୧୦ ଟଙ୍କା ହ୍ରାସ ପାଇଛି। ପିଆଜ ଷ୍ଟକ୍ ରଖିଥିବା ଲୋକଙ୍କ ବିରୋଧରେ ସରକାର ଦୃଢ ପଦକ୍ଷେପ ନେଇଛନ୍ତି। ଏହାପରେ ଦର ହ୍ରାସ ପାଇଛି। ଏହିଭଳି ଷ୍ଟକ ବ୍ୟବସ୍ଥା ରୋକିବାକୁ ସରକାର ବ୍ୟବସାୟୀମଲା ପାଇଁ ଷ୍ଟକ୍ ଲିମିଟ୍ ବଢାଇଥିଲେ। ସରକାରଙ୍କ ତରଫରୁ ଲିମିଟ୍ ନିର୍ଣ୍ଣୟ ହେବାପରେ ମହାରାଷ୍ଟ୍ର ଲାଶଲଗାଁରେ ପିଆଜ ଦର କିଲୋ ପ୍ରତି ୫ ଟଙ୍କା ହ୍ରାସ ପାଇ ୫୧ ଟଙ୍କା ହୋଇଛି। ଲାଶଲଗାଁରେ ପିଆଜର ସବୁଠାରୁ ବଡ ମଣ୍ଡି ରହିଛି। 

ସରକାରୀ ସୂଚନା ଅନୁଯାୟୀ, ଚେନ୍ନାଇରେ ଅକ୍ଟୋବର ୨୪ ତାରିଖରେ ପିଆଜ ଦର ହ୍ରାସ ପାଇ କିଲୋ ପ୍ରତି ୬୬ ଟଙ୍କା ଥିଲା। ଅକ୍ଟୋବର ୨୩ ତାରିଖରେ ଚେନ୍ନାଇରେ ପିଆଜ ଦର ୭୬ ଟଙ୍କା ଥିଲା। ଠିକ ସେହିଭଳି ମୁମ୍ବାଇ ଓ ଭୋପାଲରେ ଗୋଟିଏ ଦିନରେ ପିଆଜ ଦର ୫-୬ ଟଙ୍କା କମିଛି। ମୁମ୍ବାଇରେ ପିଆଜ ଦର ୭୦ ଟଙ୍କା ଥିବାବେଳେ ଭୋପାଲରେ ୬୪ ଟଙ୍କା ଥିଲା ଯାହା ବର୍ତ୍ତମାନ କମି ୪୦ ଟଙ୍କା ହୋଇଛି।   

ସୂଚନା ଅନୁଯାୟୀ, ଦିଲ୍ଲୀ ଆଜାଦପୁର ମଣ୍ଡିରେ ପିଆଜ ଆମଦାନୀ ବୃଦ୍ଧି ପାଇ ୫୩୦ ଟନ ହୋଇଛି। ମୁମ୍ବାଇରେ ପିଆଜ ଆମଦାନୀ ୮୮୫ ଟନରୁ ବୃଦ୍ଧି ପାଇ ୧୫୬୦ ଟନ ହୋଇଛି। ଚେନ୍ନାଇରେ ଦୈନିକ ଆମଦାନୀ ୧୧୨୦ ଟନରୁ ୧୪୦୦ ଟନ ହୋଇଛି। ବେଙ୍ଗାଲୁରୁ ମଣ୍ଡିରେ ୨୫୦୦ ଟନରୁ ୩ ହଜାର ଟନ୍ ହୋଇଛି। ତେବେ ଲକ୍ଷ୍ନୌ, ଭୋପାଲ, ଅହମଦାବାଦ, ଅମୃତସର, କୋଲକାତା ଓ ପୁନେରେ ଆମଦାନୀ ବାକି ଅଛି।

ସରକାର ଅକ୍ଟୋବର ୨୩ ତାରିଖରେ ଜରୁରୀ ଦ୍ରବ୍ୟ ସଂଶୋଧନ ଆଇନ ଲାଗୁ କରିଥିଲେ ଓ ଡିସେମ୍ବର ୩୧ ତାରିଖ ଯାଏଁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ଷ୍ଟକ୍ ଲିମିଟ୍ ଦୁଇ ଟନ୍ ଓ ମଣ୍ଡି ବିକ୍ରେତାଙ୍କ ପାଇଁ ୨୫ ଟନ୍ ଧାର୍ଯ୍ୟ କରିଛନ୍ତି। ପିଆଜ ଷ୍ଟକ୍ ରୋକିବାକୁ ଏବଂ ଆକାଷଛୁଆଁ ଦର ଉପରେ ଅଙ୍କୁଶ ଲଗାଇବାକୁ ଏହି ପଦକ୍ଷେପ ନେଇଛନ୍ତି। କିଛି ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୧୦୦ ଟଙ୍କାରେ ପହଞ୍ଚିଛି।

   Related Posts