ପିଆଜ କିଲୋ ପିଛା ଦର ପହଞ୍ଚିଲାଣି ୧୭୦ଟଙ୍କାରେ, ରେଟ୍ ଦେଖି ପିଆଜରୁ ମୁହଁ ଫେରାଇଲେଣି ଖାଉଟି

Published By : Prameya-News7 Bureau | December 06, 2019 IST

କଟକ ୬।୧: କଟକ ଛତ୍ର ବଜାରରେ ପିଆଜ ଦର କିଲୋ ପିଛା ୧୭୦ଟଙ୍କାରେ ପହଞ୍ଚିଛି । କଟକ ବଜାରରେ ଚାହିଦା ଠାରୁଢେର୍ କମ୍ ପରିମାଣର ପିଆଜ ଆସୁଥିବା ବେଳେ ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ବସ୍ତି ଦେବା ପାଇଁ ମୈତ୍ରୀ ଷ୍ଟୋର ଗୁଡିକରେ ଜିଲ୍ଲା ପ୍ରଶାସନ କିଲୋ ପିଛା ୯୯ ଟଙ୍କାରେ ପିଆଜ ବିକ୍ରି କରୁଛି । ମାତ୍ର ମୈତ୍ରୀ ଷ୍ଟୋରରେ ପିଆଜ ସମୁଦ୍ରକୁ ଶଙ୍ଖେ । ସେପଟେ ଅନେକ ଲୋକ ବିନା ପିଆଜରେ ବି କାମ ଚଳିଯିବ ବୋଲି କହୁଛନ୍ତି ।

{"id":194575,"sizeSlug":"large"}

କଟକ ବଜାରରେ ପିଆଜ ରେଟ୍ କିଲୋ ପିଛା ୧୭୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି । ପିଆଜର ଏପରି ସ୍ଥିତି ଦେଖି କଟକ ଜିଲ୍ଲା ପ୍ରଶାସନ ମୈତ୍ରୀ ଷ୍ଟୋର ଗୁଡିକରେ କିଲୋ ପିଛା ୯୯ଟଙ୍କାରେ ପିଆଜ ବିକ୍ରି କରୁଛି । ମାତ୍ର ମୈତ୍ରୀ ଷ୍ଟୋରରେ ପିଆଜର ପରିମାଣ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ମୈତ୍ରୀ ଷ୍ଟୋର ଗୁଡିକରେ କିନ୍ତୁ ମୁଣ୍ଡ ପିଛା ଏକ କେଜି ପିଆଜ ବିକ୍ରି କରାଯାଉଛି ।

{"id":194576,"sizeSlug":"large"}

ଆଜି ଛତ୍ର ବଜାରରେ ପିଆଜ କିଲୋ ପିଛା ୧୭୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ରେଟ୍ ଦେଖି ଲୋକମାନେ ନିଜର ଆବଶ୍ୟକତାକୁ ସୀମିତ କରି ଦେଲେଣି । ସେପଟେ ଅଧିକାଂଶ ଲୋକ କହିଲେଣି ବିନା ପିଆଜରେ ବି ଚଳିବା ମୁସ୍କିଲ୍ ନୁହେଁ ।

{"id":194577,"sizeSlug":"large"}

ତେବେ ମୈତ୍ରୀ ଷ୍ଟୋର ଓ ସାଧାରଣ ବଣ୍ଟନ ବିଭାଗ ଅଧିକାରୀମାନେ କହିଛନ୍ତି ଆଗକୁ ଏମିତି ସ୍ଥିତି ଲାଗି ରହିଲେ ମୈତ୍ରୀ ଷ୍ଟୋରରେ ବି ପିଆଜ ବିକ୍ରି କରିବା ସମ୍ଭବ ହେବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.