ଆସନ୍ତା ୧୦ ତାରିଖ ବେଳକୁ କମିବ ପିଆଜ ଦର !

Published By : Prameya-News7 Bureau | November 29, 2019 IST

କଟକ ୨୯।୧୧: ଧିରେ ଧିରେ ଖୁଚୁରା ବଜାରରୁ ପିଆଜ ଉଭାନ୍‌ ହେବାରେ ଲାଗିଛି । ଏହାର ଅର୍ଥ ନୁହେଁଯେ, ପିଆଜର କଳାବଜାରି ହେଉଛି । ବରଂ ମଣ୍ଡିକୁ ଆଉ ପୂର୍ବଭଳି ପିଆଜ ଆସୁନାହିଁ, ଆଜି ମଧ୍ୟ କଟକ ବଜାରରେ ପିଆଜ କିଲୋ ୮୦ରୁ ୯୦ ଟଙ୍କା ରହିଛି । ତେଣେ ନଭେମ୍ବର ପ୍ରଥମ ସପ୍ତାହରେ ଯେଉଁ ମୈତ୍ରୀ କାଉଣ୍ଟରରେ ପିଆଜ କିଲୋ ପ୍ରତି ଦର ୪୯ ଟଙ୍କା ଥିଲା, ତାହା ଏବେ ୭୪ ଟଙ୍କାରେ ପହଞ୍ଚିଛି । କିନ୍ତୁ ଏସବୁ ଭିତରେ ଛତ୍ରବଜାର ବ୍ୟବସାୟୀ ସଂଘ କହୁଛି ଆସନ୍ତା ମାସ ୧୦ ତାରିଖ ବେଳକୁ ପିଆଜ ଦର କମିବ, କାରଣ ସେତେବେଳକୁ ନୂଆ ପିଆଜ ମାର୍କେଟକୁ ଆସିଯିବ । 

{"id":191649,"sizeSlug":"large"}

ମହଙ୍ଗା ମାଡରେ ସନ୍ତୁଳି ହୋଇପଡିଥିବା କଟକର ଖାଉଟିମାନେ ଏବେ ବୋଧହୁଏ ପିଆଜ କିଣିବା ବନ୍ଦ କରିଦେଲେଣି ନା କଣ, ଯେଉଁଥି ପାଇଁ ଛତ୍ରବଜାର ପରିବା ମଣ୍ଡିକୁ ଆଉ ପୂର୍ବଭଳି ପିଆଜ ଆସୁନାହିଁ, କିନ୍ତୁ ଏହା ପଛର ସତ ହେଲା ଯେ, ପିଆଜ ରପ୍ତାନୀ କମିଛି । ତେବେ ଗତ ୨ ଦିନ ଅପେକ୍ଷା ଆଜି ବଜାର ଦର ସାମାନ୍ୟ କମ୍‌ ରହିଛି । ଆଜି କଟକର ଖୁଚୁରା ବଜାରରେ ପିଆଜ କିଲୋ ୮୦ରୁ ୯୦ ଟଙ୍କା ଭିତରେ ରହିଛି । ତେବେ ଛତ୍ରବଜାର ବ୍ୟବସାୟୀ ସଂଘ ଏକ ପ୍ରକାର ଆସ୍ବସ୍ତି ଭରା କଥା କହିଛି । ତାହା ହେଲା ଆସନ୍ତା ମାସ ୧୦ ତାରିଖ ବେଳକୁ ପିଆଜ ଦର ଖସିବା ଟା ନିଶ୍ଚିତ ।

{"id":191650,"sizeSlug":"large"}

ତେଣେ ମୈତ୍ରୀ କାଉଣ୍ଟର ଗୁଡିକରେ ପିଆଜ କିଛିଟା କମ୍‌ ଦାମ୍‌ରେ ମିଳୁଥିବାରୁ ସେଠାରେ ଗ୍ରାହକଙ୍କ ଭିଡ ରହୁଛି । ହେଲେ ବିଡମ୍ବନା ହେଲା ମୈତ୍ରୀ କାଉଣ୍ଟରମାନଙ୍କରେ ଚଳିତ ମାସ ୮ ତାରିଖ ବେଳକୁ ପିଆଜ ଦର ୪୯ ଟଙ୍କା ଥିଲା ଯାହା ଏବେ ୭୪ ହୋଇଯାଇଛି । ପୁଣି ବେଳେ ବେଳେ ମଣ୍ଡିରେ ପିଆଜ ନିଅଣ୍ଟ ହେଉଥିବାରୁ, ମୈତ୍ରୀ କାଉଣ୍ଟର ଗୁଡିକରେ ସବୁ ସମୟରେ ପିଆଜ ଉପଲବ୍ଧ ହେଉନାହିଁ । କିନ୍ତୁ ଯୋଗାଣ ବିଭାଗ କହୁଛି ଲୋକଙ୍କ ଆବଶ୍ୟକତା ମୁତାବକ ଷ୍ଟକ ରହୁଛି । ପିଆଜ ଦର ନକମିବା ପର୍ଯ୍ୟନ୍ତ ମୈତ୍ରୀ କାଉଣ୍ଟରମାନଙ୍କରେ ପିଆଜ ଉପଲବ୍ଧ ହେବ ।

{"id":191651,"sizeSlug":"large"}

କଟକ ସହରରେ ଥିବା ମାତ୍ର ୩ଟି ମୈତ୍ରୀ କାଉଣ୍ଟରରେ ଏବେ ରିଆତି ଦରରେ ପିଆଜ ମିଳୁଛି । ଯାହା କଟକର ଲକ୍ଷାଧିକ ଜନତାଙ୍କ ଲାଗି ପର୍ଯ୍ୟାପ୍ତ ନୁହେଁ । ତେଣୁ ପିଆଜ ଦର କମ୍‌ ହେଲା ପରେ ଯାଇ ଖୁଚୁରା ବଜାରରେ କିଛିଟା ଗହଳି ଚହଳି ଦେଖିବାକୁ ମିଳିପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.