Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଲଗାମହୀନ, ଅସମ୍ଭାଳ ହେଲାଣି ପିଆଜ ଦର- ସେଞ୍ଚୁରୀ ମାରିବାକୁ ବସିଲାଣି

23/11/2019 at 8:03 PM

ଭୁବନେଶ୍ୱର/କଟକ ୨୩।୧୧ – ସେଞ୍ଚୁରୀ ମାରିବାକୁ ବସିଲାଣି ପିଆଜ । ରାଜଧାନୀ ସମେତ ଅନେକ ସ୍ଥାନରେ ଏବେ ପିଆଜ କିଲୋପିଛା ଦର ୯୦ ଉପରେ ।  ଦୈନିକ ବଢି ଚାଲିଛି ଦର । ନୂଆ ପିଆଜ ନଆଆସିବା ପର୍ଯ୍ୟନ୍ତ ଦର କମିବା ସମ୍ଭାବନା ନାହିଁ ।  ମୈତ୍ରୀ ଷ୍ଟୋର ଜରିଆରେ ଲୋକଙ୍କୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି କରାଯାଉଥିବା କଥା ସରକାର କହୁଛନ୍ତି ସତ, କିନ୍ତୁ କେଉଁଠି ଏ କେଉଁଠି ଏ ମୈତ୍ରୀ ଷ୍ଟୋର ଖୋଲୁଛି ତାହା ଏବେ ବଡ ପ୍ରଶ୍ନ । …

 ଅସମ୍ଭାଳ ହେଲାଣି ପିଆଜ ଦର। ଲଗାମହୀନ ବଜାର ମୂଲ୍ୟ। ପ୍ରତି ଦିନ ବଢୁଛି। କିଛି ଦିନ ତଳେ ୬୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ୯୦ ଟପିଲାଣି । ଏମିତି ବଢି ଚାଲିଲେ ସେଞ୍ଚୁରୀ ମାରିବାକୁ ବେଶୀ ଡେରି ହବନି । ନାସିକରୁ ରାଜଧାନୀକୁ ପିଆଜ ଆମଦାନୀ ବନ୍ଦ ହୋଇଯାଇଛି।

ଏବେ କେବଳ ଆନ୍ଧ୍ର ହିଁ ଭରସା।  ସେଠାରୁ ଯେତିକି ପିଆଜ ଆସୁଛି ତାହା ଖାଉଟିଙ୍କ ଚାହିଦା ପୂରଣ କରିପାରୁନି । ରାଜଧାନୀର ଆଇଗିଣିଆକୁ ଦୈନିକ ଆସୁଛି ମାତ୍ର ୭୦ ରୁ ୮୦ ଟନ୍ ପିଆଜ । ଯେଉଁଠି ପୂବର୍ରୁ ଦୈନିକ ୨୫୦ ରୁ ୩ ଶହ ଟନ୍ ପିଆଜ ପହଞ୍ଚୁଥିଲା ।  ସେହିଭଳି ଛତ୍ରବଜାରକୁ ମଧ୍ୟ ପିଆଜ ଯୋଗାଣ ଏକଦମ କମି ଯାଇଛି ।  ପାଇକାରୀ ପେଣ୍ଠସ୍ଥଳଗୁଡିକରେ ଦର ଉଚ୍ଚା ରହିବା ଯୋଗୁ ଖୁଚୁରା ବଜାରରେ ଦର ବଢି ଚାଲିଛି ।

ଶୁକ୍ରବାର ପିଆଜ ଦର ବୃଦ୍ଧିକୁ ନେଇ ବିଧାନସଭାରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଥିଲେ, ଏହା ଉପରେ ସରକାର ତୀକ୍ଷ୍ନ ନଜର ରଖିଛନ୍ତି । ଅନ୍ୟ ରାଜ୍ୟରୁ ପିଆଜ କିଣି ୨୮୪ଟି ଫେୟାର ପ୍ରାଇସ୍ ସପ୍ ଜରିଆରେ କମ ଦରରେ ଖାଉଟିଙ୍କୁ ବିକୁଛନ୍ତି ।

ଶୁକ୍ରବାର ମନ୍ତ୍ରୀ ମୈତ୍ରୀ ଷ୍ଟୋର କଥା କହିଥିଲେ । ଶନିବାର ଖୋଦ୍ ରାଜଧାନୀ ଗାନ୍ଧୀ ମାର୍କେଟରମୈତ୍ରୀ ଷ୍ଟୋରରେ ଝୁଲୁଛି ତାଲା ।  ପାଖ ଆଖରେ କେହି ନାହାନ୍ତି । ଯଦି ରାଜଧାନୀରେ ମୈତ୍ରୀ ଷ୍ଟୋରରେ ତାଲା ଝୁଲୁଛି, ତେବେ ଆଉ କେଉଁ ସ୍ଥାନରେ ସରକାର ଖାଉଟିଙ୍କୁ କମ୍ ଦାମରେ ପିଆଜ ବିକୁଛନ୍ତି ?

   Related Posts